ବିଦ୍ୟୁତ ଆଘାତରେ ମା’-ପୁଅ ମୃତ

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗାଁରେ ବିଦ୍ୟୁତ ଆଘାତ ପାଇ ଜଣେ ମହିଳା ଓ ତାଙ୍କ ପୁତ୍ରର ମୃତ୍ୟୁ ଘଟିଛି । ମୃତ ମହିଳା ହେଉଛନ୍ତି ଚାନ୍ଦ ବିବି ଓ ତାଙ୍କ ୭ ବର୍ଷର ପୁଅ । ଗତରାତିରେ ନଳୀପୁର ଗାଁର ସାରା ବିବିଙ୍କ ଘରେ ବିଜୁଳି ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା । ଗ୍ରାମବାସୀ ଏବଂ ଦମକଳବାହିନୀ ମିଳିମିଶି ସାରା ବିବିଙ୍କ ଘରୁ ନିଆଁ ଲିଭାଇଥିଲେ । କିନ୍ତୁ, ନିଆଁ ଲାଗିବା ଯୋଗୁଁ ବିଦୁ୍ୟତ ତାରର ପ୍ଲାଷ୍ଟିକ୍ ଆବରଣ ପୋଡି ଯାଇଥିଲା । ବିଜୁଳି ପ୍ରବାହିତ ହେଉଥିବା ଉକ୍ତ ଧାତବ ତାର ପୋଡିଯାଇଥିବା ଚାଳଘର ପାଖରେ ଥିବା ଟିଣଛପର ଘରେ ଲାଗିଥିବାରୁ ସେ ଘରଟି ଚାର୍ଜ ହୋଇଯାଇଥିଲା ।
ଘରପୋଡି କଥା ଜାଣି ସାରାଙ୍କ ସମ୍ପର୍କୀୟ ଚାନ୍ଦ ବିବି ଏବଂ ତାଙ୍କ ପୁଅ ତାଙ୍କ ଘରକୁ ଆସିଥିଲେ । ଉଭୟ ବିଜୁଳି ଚାର୍ଜ ହୋଇଥିବା ଟିଣଛପର ଘରକୁ ପ୍ରବେଶ କରିବା ବିଦ୍ୟୁତ ଆଘାତ ଲାଗିଥିଲା । ଫଳତଃ ଘଟଣାସ୍ଥଳରେ ହିଁ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଥିଲା । ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବାଲିଚନ୍ଦ୍ରପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

2 × four =