ରାଉରକେଲାର ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଭଙ୍ଗାରୁଜା

ରାଉରକେଲା: ଉଦ୍‌ଘାଟନର ଦିନକ ପରେ ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି ଲୋକେ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାସ୍ଥିତ ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ। ହସ୍ପିଟାଲରେ କର୍ମଚାରୀ ଏବଂ ଡାକ୍ତର ନ ଥିବାରୁ କିଛି ସଂଗଠନ ଏବଂ ସ୍ଥାନୀୟ ଲୋକେ ଏହି ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଗତ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଉରକେଲା ଗସ୍ତରେ ଆସିଥିବା ବେଳେ ଇସ୍ପାତ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଲୋକାର୍ପଣ କରିଥିଲେ। କିନ୍ତୁ ସୋମବାର ସକାଳେ ହସ୍ପିଟାଲରେ କେହି ଡାକ୍ତର ଏବଂ ନର୍ସ ନ ଥିବା ନେଇ ଅଭିଯୋଗ କରି ସ୍ଥାନୀୟ ଲୋକେ ହୋହଲ୍ଲା ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କେତେକ ସଂଗଠନର କର୍ମୀ ସେଠାରେ ପହଞ୍ଚିଥିଲେ। ଲୋକଙ୍କ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ସଂଗଠନର କର୍ମୀ ଏବଂ ସ୍ଥାନୀୟ ଲୋକେ ହସ୍ପିଟାଲ ପରିସରରେ ଧସେଇ ପଶିବା ସହିତ ଚେୟାର ଟେବୁଲ ଓ କମ୍ପ୍ୟୁଟର ଭଙ୍ଗାରୁଜା କରିଥିଲେ। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.

fifteen + 15 =