କରଞ୍ଜିଆ: ଏସିଆ ମହାଦେଶର ସର୍ବବୃହତ ଅଭୟାରଣ୍ୟ ଭାବେ ପରିଚିତ ଶିମିଳିପାଳ ଜଙ୍ଗଲରେ ମାତ୍ର ଅଳ୍ପଦିନ ତଳେ ଶତାଧିକ ସ୍ଥାନରେ ନିଆଁ ଲାଗି ଏକର ଏକର ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ପୁଣି ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ ୨୨ଟି ସ୍ଥାନରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଥିବା ବେଳେ ତନ୍ମଦ୍ଧରୁ କେବଳ ଉତରଜୋନ୍ରେ ୧୯ଟି ସ୍ଥାନରେ ଏବଂ ଦକ୍ଷିଣ ଜୋନ୍ରେ ୩ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ।