ଏଠି କଣ ଚାଲିଛି

ହଠାତ୍ ଶୁଣିବାକୁ ମିଳିଲା ଓ ବିଭିନ୍ନ ସମ୍ବାଦପତ୍ର ଓ ଇଲେକଟ୍ରୋନିକ୍ସ ମିଡିଆରେ ପ୍ରକାଶ କରାଗଲା ଯେ, ଏନଟିପିସି ଦ୍ୱାରା ପରିଚାଳିତ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍)ର ସମସ୍ତ ୟୁନିଟ୍ ୪୮ ଘଂଟା ପୂର୍ବରୁ ଅର୍ଥାତ ଗତ ମଙ୍ଗଳବାର ବନ୍ଦ କରିଦିଆଯାଇଛି । ଏଥିନେଇ ଟିଟିପିଏସ୍ ଦାୟୀତ୍ୱରେ ଥିବା ଅଧିକାରୀ କହିଛନ୍ତି ଯେ, ସୋମବାର ରାତିରୁ ସମସ୍ତ ୟୁନିଟ୍ କାର୍ଯ୍ୟ ବନ୍ଦ ରହିଛି । ଏହାକୁ ଶ୍ରମିକ ଏକତା ମଂଚ ଜାଣିନଥିବା ନେଇ ଅଜ୍ଞତା ପ୍ରକାଶ କରିଛି । ତେବେ ତାଲଚେର ଥର୍ମାଲକୁ ବନ୍ଦ ରଖିବା ନେଇ ପୂର୍ବରୁ ଯେଉଁ ଆଶଙ୍କା କରାଯାଇଥିଲା, ତାହା ଏବେ ସତ୍ୟରେ ପରିଣତ ହୋଇଛି । ପୂର୍ବରୁ ଏନଟିପିସି କତୃପକ୍ଷ ଆଶଙ୍କା କରିଥିଲେ ଯେ, ମାର୍ଚ୍ଚ ୩୧ରେ ବା ଏହା ପରେ ଟିଟିପିଏସ ବନ୍ଦ କରାଯାଇପାରେ । ଏପରିକି ଏନଟିପିସି କତୃପକ୍ଷ ପ୍ରକାଶ କରିଥିଲେ ଯେ, ପ୍ଲାଂଟଚାଲୁ ରହିଲେ ଓଡ଼ିଶାକୁ ପ୍ରଦୃଷଣ ନିରାକରଣ ସମ୍ପର୍କିତ ଆଦେଶ ମାନିବାକୁ ପଡିବ । ଏହି ଆଦେଶ ଟିଟିପିଏସ୍ ମାନିନଥିବାରୁ ଏପରି ଅବସ୍ଥା ଭୋଗିବାକୁ ପଡିଛି । ଶ୍ରମିକଙ୍କ ଅନୁପସ୍ଥିତିରେ ସୋମବାର ବିଦ୍ୟୁତ ଉତ୍ପାଦନ ଠପ୍ ହୋଇଯାଇଛି । ଶ୍ରମିକ ଏକତା ମଂଚ ପକ୍ଷରୁ କୁହାଯାଇଛି ଯେ, ପ୍ଲାଂଟ ଚାଲୁ ନକଲେ ଦୈନିକ ଆମ ରାଜ୍ୟକୁ ୪୬୦ ମେଗାୱାଟ ବିଦ୍ୟୁତ କ୍ଷତି ସହିବାକୁ ପଡିବ । ଏଠାରେ ଆମେ କହିବାର କଥା ହେଲା ଯେ, କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଏକ ନିର୍ଦେଶରେ ପ୍ରକାଶ କରିଥିଲେ ଯେ ପ୍ରଦୁଷଣ ନିରାକରଣ ସମ୍ପର୍କିତ ଆଦେଶକୁ ଟିଟିପିଏସ ମାନୁନଥିବାରୁ ୨୦୨୦ ଡିସେମ୍ବରଠାରୁ ବିଦ୍ୟୁତ ଉପାଦନ କରାଯାଇପାରିବ ନାହିଁ । ତେବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲୁ ରଖିବାକୁ କହିଥିଲେ । ଏବେ ଦେଖାଗଲା ଯେ ଟିଟିପିଏସ୍ ସଂସ୍ଥାର କାର୍ଯ୍ୟ ସଂମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ପ୍ରଥମରୁ ୬ ନଂମ୍ବର ଓ ଏହା ପରେ ୧ନଂମ୍ବର ୟୁନିଟ୍ ବନ୍ଦ ରହିଥିଲା ବେଳେ ପରେ ପରେ ଅନ୍ୟ ଗୁଡିକ ବନ୍ଦ ହୋଇଯାଇଛି । ଏବେ ଟ୍ରେନରେ କୋଇଲା ଆସିବା ବନ୍ଦ ହୋଇଯାଇଛି । ସେହି ପରିପ୍ରେକ୍ଷୀରୁ ବିଚାର କଲେ ଲାଗୁଛି ଯେପରି ରାଜ୍ୟରେ ବିଦ୍ୟୁତ ଉପାଦନ ବଢ଼ାଇବାକୁ ହେଲେ ଏଥିଲାଗି ରାଜ୍ୟସରକାର ପ୍ରଥମେ ଉଦ୍ୟମ କରିବା କଥା ଏବଂ କେନ୍ଦ୍ରକୁ ଏ ସମ୍ପର୍କରେ ଅବଗତ କରାଇବା ଆବଶ୍ୟକ । କେନ୍ଦ୍ରସରକାର ମଧ୍ୟ ଓଡ଼ିଶାକୁ ଏଦିଗରେ ସର୍ବାଧିକ ସଚେତନ କରାଇବା ଲାଗି ନିଆରା ପଦକ୍ଷେପ ନେବା ବାଂଛନୀୟ । ତାହା ନହେଲେ ଓଡ଼ିଶାରୁ ଉତ୍ପାଦିତ ବିଦ୍ୟୁତ କମିବା ନିଶ୍ଚିତ ଯାହା ରାଜ୍ୟର ଅର୍ଥନୀତି କ୍ଷେତ୍ରରେ ବାଧକ ହେବା ସୁନିଶ୍ଚିତ ବୋଲି କୁହାଯାଇପାରେ ।

Leave A Reply

Your email address will not be published.

18 − 7 =