ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି ବିିବାଦୀୟ କୃଷି ଆଇନ୍କୁ ବିରୁଦ୍ଧରେ ‘ ସଂଯୁକ୍ତ କିଷାନ ମୋର୍ଚ୍ଚା’ର ୧୨ ଘଂଟିଆ ଭାରତ ବନ୍ଦ ଆଜି ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଚି । କୌଣସି ଠାରେ ଅପ୍ରିତିକର ପରିସ୍ଥିତି ଘଟିଥିବା ରିପୋର୍ଟ ମିଳିନାହିଁ । ତେବେ ଉତରଭାରତରେ ୧୨ ଘଂଟିଆ ଭାରତ ବନ୍ଦ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଏପ ପ୍ରକାର ଠପ୍ ହୋଇଯାଇଥିଲା ବେଳେ ଦୋକାନ ବଜାର, ବାଣିଜ୍ୟକ ପ୍ରତିଷ୍ଠାନ, ଯାନବାହାନ ଚଳାଚଳ ଓ ରେଳ ଚଳାଚଳ ଗୁରୁତର ଭାବେ ବ୍ୟାହାତ ହୋଇଥିବା କୁହାଯାଇଛି ।
ଆଜି ସକାଳ ୬ଟାରୁ ପ୍ରତିବାଦକାରୀ କୃଷକମାନେ ଦେଶର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ । ଗାଜିପୁର ସୀମାନ୍ତରେ ଶହ ଶହ କୃଷକ ଦିଲ୍ଲୀ-ଉତର ପ୍ରଦେଶ ସୀମାନ୍ତ ପଥ ଅବରୋଧ କରିବାରୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି । ଅମ୍ବାଲାରେ ପ୍ରତିବାଦକାରୀମାନେ ଶାହପୁର ନିକଟରେ ଜିଟି ରୋଡ ଏବଂ ରେଳପଥ ଅବରୋଧ କରିଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । କୃଷକ, କୃଷିଶ୍ରମିକ, କମିସନ୍ ଏଜେଂଟସ୍, ଟ୍ରେଡ୍ ୟୁନିୟନ୍ ଏବଂ ରାଜନୈତିକ ଦଳର କର୍ମକର୍ତାମାନେ ରେଳପଥ ଓ ଜାତୀୟ ରାଜପଥ ଅବରୋଧ କରିଥିବାରୁ ପଞ୍ଜାବ ଓ ହରିୟାଣା ଖୁବ୍ ପ୍ରଭାବିତ ହୋଇଛି । କିନ୍ତୁ, କୌଣସି ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ଆସିନାହିଁ ।
କଂଗ୍ରେସ ଶାସିତ ପଞ୍ଜାବରେ କୃଷକ ସଙ୍ଗଠନର କର୍ମୀମାନେ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ବନ୍ଦ କରି ଏହି ପ୍ରତିବାଦକୁ ସମର୍ଥନ କରିବା ଲାଗି ଲୋକମାନଙ୍କୁ କହୁଛନ୍ତି । କୃଷକ ସଙ୍ଗଠନ ସବୁ ଡାକରା ଦେଇଥିବା ଭାରତ ବନ୍ଦକୁ ସମର୍ଥନ କରି ଶିଖ୍ମାନଙ୍କର ସର୍ବୋଚ୍ଚ ଧାର୍ମିକ ସଂଗଠନ ‘ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ଆଜି ତା’ର କାର୍ଯ୍ୟାଳୟ ବନ୍ଦ ରଖିଥିଲା । ଅନ୍ୟପକ୍ଷରେ ଦେଶ ବ୍ୟାପୀ ବିଭିନ୍ନ ସ୍ଥାନରେ ବିଭିନ୍ନ କୃଷକ ସଂଗଠନ କଂଗ୍ରେସ ବାମପନ୍ଥ୍ୀ ଦଳ ଗୁଡିକ ସମେତ ବହୁ ସଂଗଠନ ଭାରତ ବନ୍ଦକୁ ସମର୍ଥନ କରିଥିଲେ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ୍କୁ ବିରୋଧ କରି ଦିଲ୍ଲୀରେ ଚାଷୀ ଆନେ୍ଦାଳନ ଆଜି ୧୨୦ ଦିନରେ ପଦାର୍ପଣ କରିଛି । ତେବେ କେନ୍ଦ୍ର ସରକାର ଆଇନ୍କୁ ପ୍ରତ୍ୟାହାର ନ କରିବା ପର୍ଯର୍୍ୟନ୍ତ ଆନେ୍ଦାଳନ ଜାରୀ ରହିବ ବୋଲି କିଷାନ ମୋର୍ଚ୍ଚା ଘୋଷଣା କରିଛି ।