ପିପିଲି: ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଓ ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ମଧ୍ୟ ଅଜିତ୍ ମଙ୍ଗରାଜ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ୩୦ ଜଣିଆ ତାରକ ପ୍ରଚାରକ ଟିମ୍ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ଏହି ଆସନରୁ ଉପନିର୍ବାଚନ ହେବାକୁ ଯାଉଛି । ଏଥିରେ ଶ୍ରୀ ମହାରଥୀଙ୍କ ପନôୀ ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ପ୍ରତାପ ମହାରଥୀ ଟିକ୍ଟେ୍ ପାଇବେ ବୋଲି ପୂର୍ବରୁ ସମ୍ଭାବନା ସୃଷ୍ଟି ହୋଇଥିଲା ଏବଂ ପରିଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ଟିକେଟ୍ ରୁଦ୍ର ପ୍ରତାପଙ୍କୁ ଦେଇଛନ୍ତି । ଆଜି ପ୍ରାର୍ଥୀପତ୍ର ଦାଖଲ ବେଳେ ତାଙ୍କ ସହିତ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ, ସାଂସଦ ପିନାକୀ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ର ଓ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ପ୍ରମୁଖ ଉପସ୍ତିତ ଥିଲେ । ପିପିଲିରୁ ଏକ ଶୋଭାଯାତ୍ରାରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ପୁରୀ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍ରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି ।
ଅନ୍ୟପକ୍ଷରେ କଂଗ୍ରେସ ଦଳରୁ ଅଜିତ୍ ମଙ୍ଗରାଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶ୍ରୀ ମଙ୍ଗରାଜ ୨୦୧୯ରେ ମଧ୍ୟ ଦଳୀୟ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ । ସେତେବେଳେ ତାଙ୍କୁ ୯ହଜାର ୮୩୦ ଭୋଟ୍ ମିଳିଥିଲା । ଆଜି ସେ ପ୍ରାର୍ଥୀପତ୍ର ଦାଖଲ କଲାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଦଳର ବହୁ ନେତା ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ, ଏହା ପୂର୍ବରୁ ବିଜେପି ପ୍ରାର୍ଥୀ ଆଶି୍ରତ୍ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଏହି ଦଳରୁ ମଧ୍ୟ ପିପିଲି ଉପ ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାିଇଛି । ଏହି ୩୦ ଜଣ ଷ୍ଟାର ପ୍ରଚାରକ ପିପିଲିରେ କ୍ୟାମ୍ପେନିଂ କରିବା ସହିତ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବାକୁ କସରତ କରିବେ । ବିଜେପିର ଏହି ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନେ୍ଦଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ମୁଖ୍ୟପାତ୍ର ସମ୍ବିତ ପାତ୍ରଙ୍କ ନାଁ ରହିଛି ।
ଏହାବାଦ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ବିଜେପିର ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛନ୍ତି । ତାଙ୍କ ସହ ବିଜୟ ପାଲ୍ ସିଂହ ତୋମାର, ବିଶେଶ୍ୱର ଟୁଡୁ, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, ସାଂସଦ ଜୁଏଲ୍ ଓରାମ୍, କେ ଭି ସିଂହ ଦେଓ ପ୍ରମୁଖ ପିପିଲିରେ ବିଜେପି ପାଇଁ ପ୍ରଚାର ଅଭିଯାନ ଜୋରଦାନ କରିବେ । ସେହିପରି ବିଜେପି ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଜୟ ମହାପାତ୍ର, ବିଷ୍ଣୁ ଚରଣ ସେଠୀ, ଅପରାଜିତା ଷଡଙ୍ଗୀ, ଜୟନାରାୟଣ ମିଶ୍ର, ସୁରମା ପାଢୀ, ଖାରବେଳ ସ୍ୱାଇଁ, ଅଶ୍ୱିନୀ ବୈଷ୍ଣବ, ପ୍ରକାଶ ମିଶ୍ର, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ଶ୍ରୀତମ ଦାସ, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଅନୁ ଚୌଧୁରୀଙ୍କୁ ବିଜେପି ନିଜର ପିପିଲି ଉପ ନିର୍ବାଚନ ପାଇର୍ ଷ୍ଟାର ପ୍ରଚାରକ ଭାବେ ବାଛିଛି । ସୂଚନା ଯୋଗ୍ୟ ଯେ, ପିପିିଲି ଉପ ନିର୍ବାଚନ ପାଇଁ ବିଜେପି ନିଜର ଲଢୁଆ ନେତା ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ବାଛିଛି । ଗତ ଥର ସେ କାମ ବ୍ୟବଧାନରେ ହାରିଥିବାରୁ ଏଥର ସେ ଉପ ନିର୍ବାଚନରେ କିପରି ବିଜୟୀ ହେବେ ସେ ନେଇ ଦଳ ଋଣନୀତି ପ୍ରସ୍ତୁତ କରିଛି ।