ଛତିଶଗଡକୁ ବନ୍ଦ ହେବ ବସ୍ ସେବା

ଭୁବନେଶ୍ୱର: ପଡୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ନୂଆପଡାରୁ ପଡୋଶୀ ଛତିଶଗଡକୁ ବନ୍ଦ ହୋଇପାରେ ବସ୍ ସେବା । ଏପରି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର । ରାଜ୍ୟରେ ପୁଣି ଥରେ କରୋନା ନିଜ କାୟା ମେଲାଇବା ଆରମ୍ଭ କରୁଥିବା ବେଳେ ସୀମାବର୍ତା ଜିଲ୍ଲା ବଢାଉଛି ଚିନ୍ତା । ବିଶେଷ କରି ନୂଆପଡା ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ଛତିଶଗଡ ଲିଙ୍କ ଥିବା କଂଟାକ୍ଟ ଟ୍ରେସିଂରୁ ଜଣାପଡୁଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ ଏପରି କଡା ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଦେଇଥିବା ସୂଚନା ଅନୁଯାୟୀ, ପଡୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ନୂଆପଡାରୁ ପଡୋଶୀ ଛତିଶଗଡକୁ ବସ୍ ଚଳାଚଳ ବନ୍ଦ କରିବାକୁ ଯୋଜନା କରାଯାଉଛି । ନୂଆପଡା ଲୋକେ ପଡୋଶୀ ଛତିଶଗଡକୁ ମୁଖ୍ୟତଃ ମାର୍କେଟିଂ ପାଇଁ ଯାଇଥାନ୍ତି । ଏହାଦ୍ୱାରା ଜିଲ୍ଲାରେ ସଂକ୍ରମଣ ବଢି ଚାଲିଛି । ଲୋକଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର ହେଉଛି । ଏଥିସହ କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ବସ୍ ବନ୍ଦ କରାଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.

fourteen − four =