ନନ୍ଦିଗ୍ରାମରେ ଦିଦି ଓ ଶାହାଙ୍କ ରୋଡ ସୋ

ବିହାର: ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ଚାଲିଚି ମହାଲଢେଇ । ଯେଉଁଥିରେ ମମତା ବନାମ ଶାହା ଲଢେଇ ଦେଖିବାକୁ ମିଳିଛି । ନନ୍ଦୀଗ୍ରାମରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଅର୍ଥାତ୍ ଏପ୍ରିଲ୍ ୧ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ, ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ଦୁଇ ପ୍ରମୁଖ ଦଳ ।
ତେବେ ତୃତୀୟ ଥର କ୍ଷମତାରେ ରହିବାକୁ ସବୁ ବଳ ଲଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟପକ୍ଷରେ ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପରେ ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତି ବନାଇଛି ବିଜେପି । ଏଥିପାଇଁ ଦିନେ ମମତାଙ୍କ ଏକାନ୍ତ ଅନୁଗତ ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ନିଜ ପଟକୁ ଆଣି ସେହି ମମତାଙ୍କ ବିରୋଧରେ ଛିଡା କରିଛି ।
ଅନ୍ୟପଟେ ନିଜ ପାରମ୍ପରିକ ଆସନ ଭବାନୀପୁର ଛାଡି ଏଥର ନନ୍ଦୀଗ୍ରାମରେ ମୈଦାନକୁ ଓହ୍ଲାଇଛନ୍ତି ମମତା । ଏପରି ରଣନୀତି ପଛରେ ମମତାଙ୍କ ବିଜେପିକୁ ସିଧାସଳଖ ଚ୍ୟାଲେଞ୍ଜ ଦେବାର ଏକ ଚାଲ ରହିଥିବା କୁହାଯାଉଛି । ତେବେ ଆଗାମୀ ୧ ତାରିଖରେ ମତଦାନ ପରେ ଆହୁରି ୬ଟି ପର୍ଯ୍ୟାୟ ମତଦାନ ରହିଛି । ମେ’ ୨ ତାରିଖରେ ମତଗଣନା ପରେ ଜଣାପଡିବ ପଶ୍ଚିମବଙ୍ଗରେ କାହା ସପକ୍ଷରେ ରହିଛି ଜନମତ ।

Leave A Reply

Your email address will not be published.

nineteen − 14 =