ବିଦ୍ୟୁତ ଦରକୁ ନେଇ ଜନଅସନ୍ତୋଷ ବୃଦ୍ଧି

ରାଜଗାଙ୍ଗପୁର: ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ଚାରିଆଡୁ ବିରୋଧ କରାଯାଉଛି । ଏହି ଦର ବୃଦ୍ଧି ଏବେ ଲୋକଙ୍କ ପାଇଁ ବୋଝ ଉପରେ ଲଳିତ ବିଡ଼ା ସଦୃଶ ହୋଇଛି । ରାଜ୍ୟ ସରକାରଙ୍କୁ ଏହି ନିଷ୍ପତିରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜଗାଙ୍ଗପୁର ବାସିନ୍ଦ । ରାଜଗାଙ୍ଗପୁର ହେଉଛି ଆସିବାସୀ ଅଦୂଷିତ ଅଂଚଳ । ଏଠାରେ ବୋହୂ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି । କେହି କେହି ଖଟି ଖାଆନ୍ତି ତ କେହି ଚାଷ ବାସ ଉପରେ ନିର୍ଭର କରନ୍ତି । ବିଜୁଳି ଦର ବଢ଼ିବା ଯୋଗୁ ଏଠାକାର ଅଧିବାସୀଙ୍କର ଚିନ୍ତା ବଢ଼ିଯାଇଛି । ଉଠା ଜଳସେଚନ ଦ୍ୱାରା ଚାଷ କରୁଥିବା ଚାଷୀ ବିଜୁଳି ଦର ବୃଦ୍ଧିକୁ ଶୁଣି ମୁଣ୍ଡରେ ହାତ ଦେଇଛନ୍ତି । ରାଜଗାଙ୍ଗପୁର ଏକ ଉପତ୍ୟ ଅଂଚଳ ସହିତ ଶିଳ୍ପ ଅଂଚଳ ଗ୍ରୀଷ୍ମ ସମୟରେ ତାପମାତ୍ରା ଅଧିକ ରହେ । ସାଧାରଣତଃ ପଙ୍ଖା ଓ କୁଲର ଉପରେ ନିର୍ଭର କରନ୍ତି ସହରବାସୀ । କରୋନାରେ ଅଧିକାଂଶ ଲୋକଙ୍କ ଯେପରି ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଏବେ ବିଦ୍ୟୁତ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । ଏମିତି କି ଅଧିକାଂଶ ସମୟରେ ବିଜୁଳି କାଟ୍ ସହିତ ଲୋ ଭୋଲଟେଜ୍ ରହୁଛି । ଯାହାକୁ ନେଇ ସ୍ଥାନୀୟ ଅଧିବାସୀ କହିଛନ୍ତି ଯେ ବିଦ୍ୟୁତ ଦର ବୃଦ୍ଧି କରିବାର ଏଇଟା ଉପଯୁକ୍ତ ସମୟ ନୁହେଁ । ଏ ନେଇ ରାଜଗାଙ୍ଗପୁରର ବାସିନ୍ଦା ଚିତରଞଞ୍ଜନ ସାହୁ କହିଛନ୍ତି, ଗତବର୍ଷ କରୋନା କାରଣରୁ ବହୁ ଲୋକେ ଚାକିରି ହରାଇଛନ୍ତି ଏବଂ ବେପାର ମଧ୍ୟ ଠିକ୍ଠାକ୍ ହୋଇପାରି ନାହିଁ । ଏଭଳି ସ୍ଥିତିରେ ରାଜ୍ୟ ସରକାର ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରିବା ନିଷ୍ପତି ଆମ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଅନ୍ୟ ରାଜ୍ୟରେ ବିଦ୍ୟୁତ ଦର କମ୍ ରହିଛି । କିନ୍ତୁ ଆମ ରାଜ୍ୟରେ ବିଦୁ୍ୟତ୍ ଉପôାଦନ ହେବା ସତ୍ୱେ ଦର ବଢ଼ୁଛି । ଆଉଜଣେ ସ୍ଥାନୀୟ ବାସିନ୍ଦା ମୌସୁମୀ କହିଛନ୍ତି, ବିଦୁ୍ୟତ ଦର ବଢ଼ିବା ନିଶ୍ଚିତ ଭାବେ ଚିନ୍ତାଜନକ । ବିଶେଷକରି ଏହା ମଧ୍ୟବିତ ପରିବାର ଉପରେ ଅଧିକ ପ୍ରଭାବ ପକାଇବ । ଖରାଦିନନେ ଯେୁଉଁଠି ଅସହ୍ୟ ଗରମ ହେଉଛି, ସେହିଠାରେ ବିଦ୍ୟୁତ ଦର ବଢ଼ିବା କଷ୍ଟଦାୟକ । ତେଣୁ ସରକାର ଏହା ଉପରେ ପୁନବିର୍ଚାର କରିବା ଦରକାର । ସେହିପରି ଶମ୍ଭୁ ନାମକ ବେପାରୀ କହିଛନ୍ତି, ଏବେ ବେପାର ଆଗ ଅପେକ୍ଷା ଭଲ ଚାଲୁନାହିଁ । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ୍ ଦର ବଢ଼ାଇବା ନିରାଶ କରିଛି । ଯେହେତୁ ଏଠାକାର ଅଂଚଳ ପାହାଡିଆ, ତେଣୁ ଏଠାରେ ଗରମ ପ୍ରବଳ । ଆଉ ଏହି ଗରମ ସମୟରେ ଯଦି ବିଦ୍ୟୁତ୍ ଦର ବଢ଼ିବ, ତାହେଲେ ଗରିବଙ୍କ ଉପରେ ଏହା ଅତ୍ୟଧିକ ବୋଝ ପକାଇବ । ବିଶ୍ୱନାଥ ଭଟ୍ଟଚାର୍ଯ୍ୟ କହଛନ୍ତି, ସରକାରଙ୍କ ଉପରେ ଆମର ବହୁତ ଭରସା ଅଛି ବୋଲି ସରକାର ଏତେ ଦିନ ଧରି ଆମ ରାଜ୍ୟରେ ରାଜୁତି କରିଛନ୍ତି । କିନ୍ତୁ ବିଦୁ୍ୟତ୍ ଦର ବଢ଼ିବନି ବୋଲି ଆମେ ସରକାରଙ୍କ ଉପରେ ଯେଉଁ ଆଶଣା ରଖିଥିଲୁ ଯେ ସେଥିରେ ନିରାଶ ହୋଇଛୁ ।

Leave A Reply

Your email address will not be published.

2 × one =