ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ମୁଖ୍ୟଅତିଥି

ଭୁବନେଶ୍ୱର : ଆସନ୍ତା ୨ତାରିଖ ଦିନ ଅନୁଷ୍ଠିତ ହେଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିୟାନାଇଡୁ ମୁଖ୍ୟ ଅତିଥି ହେବେ । ଏହି ଉତ୍ସବରେ ରାଜ୍ୟ ପାଳ ତଥା କୂଳାଧିପତି ପ୍ରଫେଶର ଗଣେଶୀଲାଲ୍ ଅଧ୍ୟକ୍ଷତା କରିବେ ଏବଂ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସମ୍ମାନୀତ ଅତିଥିଭାବେ ଯୋଗ ଦେବେ ବୋଲି କୂଳପତି ଡଃ ସାବିତା ଆଚାର୍ଯ୍ୟ କହିଛନ୍ତି ।
ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି କ୍ୟାମ୍ପସରେ କରୋନା ପରୀକ୍ଷା କରାଯାଉଛି । ସମାବର୍ତନ ଉତ୍ସବରେ ମଞ୍ଚକୁ ଯିବାକୁ ଥିବା ଛାତ୍ର, ଅଧ୍ୟାପକ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା ଆରମ୍ଭ ହୋଇଛି । ସକାଳୁ କ୍ୟାମ୍ପସ ପରିସରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଂଟିଜେନ ଟେଷ୍ଟ ଆରମ୍ଭ ହୋଇଛି । ଏବେ ଦେଶରେ କରେନା ସଂକ୍ରମଣ ବଢୁଥିବା ବେଳେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି । ସମାବର୍ତନ ଉତ୍ସବରେ ବିଭିନ୍ନ ବିଭାଗରେ ପୁରଷ୍କାର ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ପରାଯାଉଛି । ଏହା ସହ ଉପରାଷ୍ଟ୍ରପତିଙ୍କ ପାଖକକୁ ଯିବାକୁ ଥିବା ଅନ୍ୟ ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କ ମଧ୍ୟ ଆରଟିପିସିଆର କରୋନା କରୀକ୍ଷା କରାଯିବ । ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ୬ଫୁଟ୍ ଦୂରତାର ବ୍ୟବଧାନ ରଖାଯିବ । କୋଭିଡ୍ -୧୯ କଟକଣାକୁ କଡାକଡିଭାବେ ପାଳନ କରାଯିବ ବୋଲି କୂଳପତି କହିଛନ୍ତି । ସମାବର୍ତନ ଉସôବରେ ୪୧ଜଣଙ୍କୁ ପିଏଚଜି, ୯୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଏବଂ ୫ଜଣ ସମ୍ମାନୀୟ ବ୍ୟକ୍ତିଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

2 × 1 =