ବାଲିକୁଦାରେ ବ୍ରାଉନସୁଗର ଜବତ୍

ବାଲିକୁଦା: ବ୍ରାଉନ ସୁଗାର ବେପାରୀକୁ କାବୁ କରିଥିଲେ ଯୁବ ଗୋଷ୍ଠୀ । ପୁଲିସକୁ ଖବର ଦେଲେ, ମାତ୍ର ପୁଲିସ ଆସିବାରେ ବିଳମଦବ କଲାା ଏହାରି ଭିତରେ ବ୍ରାଉନ ସୁଗାର ବେପାରୀ ଫେରାର ହୋଇଗଲା । ପୁଲିସ ସହଯୋଗ କରିବା ବଦଳରେ ଓଲଟା ପୁଲିସିଆ କଣ୍ଠରେ କିଛି ପ୍ରଶ୍ନ ପଚାରି ଯୁବକ ମାନଙ୍କୁ ଭୟଭୀତ କରାଇଥିଲା । ପୁଲିସର ଏଭଳି କଥା ଓ ବ୍ୟବହାରକୁ ନେଇ ଅନନ୍ତପୁର ଫାଣ୍ଡି ଘେରିଥିଲେ ସ୍ଥାନୀୟ ଲୋକେ । ମିଳିଥିବା ସୂଚନା ମୁତାବକ ଉକ୍ତ ଫାଣ୍ଡି ଅଧୀନ ବିଭିନ୍ନ ସ୍ଥାନରେ ନିଶା କାରବାର ହେବା ସହିତ ନିଶା ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ସୋମବାର ଅନନନ୍ତପୁର ପଞ୍ଚାୟତ ବ୍ରାହ୍ଣଣଡିହି ଗାଁର ବାବୁ ନନା ନାମକ ଏହି ବ୍ରାଉନ ସୁଗାର ବେପାରିକୁ ଧରିବା ପାଇଁ ଅଞ୍ଚଳର କେତେକ ଯୁବକ ନିସା ସେବନକାରୀର ଭୂମିକା କରି ତା’ ଠାରୁ ବ୍ରାଉନ ସୁଗାର କିଣିଥିଲେ । ଗ୍ରାହକ ଭାବି ସେ ବ୍ରାଉନ ସୁଗାର ଧରାଇଦେବା କ୍ଷଣି ତାକୁ ସେମାନେ ମାଡି ବସି ପୁଲିସକୁ ଖବର ଦେଇଥିଲେ । ହେଲେ ପୁଲିସ ପହଞ୍ଚିବା ବିଳମ୍ବ କରିଥିବା ବେଳେ ନିଶା ବେପାରୀ ବାବୁ ନନା ମଧ୍ୟ ତାକୁ ଧରିଥିବା ଯୁବକଙ୍କ ଠାରୁ କୌଶଳ କରି ଖସିଯିବାରେ ସକ୍ଷମ ହୋଇଥିଲା । ଘଟଣାର ଦୀର୍ଘ ଦୁଇ ଘଣ୍ଟା ପରେ ବାଲିକୁଦା ଥାନାଧିକାରୀ ସର୍ବେଶ୍ୱର ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ଶ୍ରୀ ବେହେରା କାଳେ ଏହି ଯୁବକ ମାନଙ୍କୁ ଠିକ ବ୍ୟବହାର ପ୍ରଦର୍ଶନ କରି ନଥିବା ଅଭିଯୋଗ ଆଣିଥିଲେ ସ୍ଥାନୀୟ ଅଞ୍ଚଳବାସୀ । ଏହାର ପ୍ରତିବାଦରେ ଓ ଅଞ୍ଚଳରେ ନିଶା କାରବାର ଚଳାଇଥିବା ନିଶା ବେପାରୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଦାବିରେ ତଳମାଳ ବିକାଶ ମଞ୍ଚ ସଭାପତି ଡା. ଶଶାଙ୍କ ଶେଖର ସାହାଣିଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବ ଗୋଷ୍ଠୀ ଅନନ୍ତପୁର ଫାଣ୍ଡି ଘେରାଉ କରିଥିଲେ । ଏଥିରେ ଅଞ୍ଚଳବାସୀ ମଧ୍ୟ ନିଜକୁ ସାମିଲ କରିଥିଲେ । ପରେ ବାଲିକୁଦା ଥାନାଧୀକାରୀ ଶ୍ରୀ ବେହେରା ଆନେ୍ଦାଳନରତ ଯୁବ ଗୋଷ୍ଠୀର ନେତୃମଣ୍ଡଳି ମାନଙ୍କ ସହ ଆଲୋଚନା କରିବା ସହିତ ଆସନ୍ତା ୭ ଦିନ ମଧ୍ୟରେ ନିଶା ବେପାରୀ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଅନ୍ୟ ପକ୍ଷରେ ଉକ୍ତ ଫାଣ୍ଡିରେ ସ୍ଥାୟୀ ଅଧିକାରୀ ନିଯୁକ୍ତି ସହିତ ଆବଶ୍ୟକୀୟ କର୍ମଚାରୀ ଓ ପୁଲିସ ଭ୍ୟାନ ଯୋଗାଇ ଦିବାକୁ ମଧ୍ୟ ଦାବି ହୋଇଥିଲା । ଏହି ଆନେ୍ଦାଳନରେ ଜିଲ୍ଲା ଯୁବ କଂଗ୍ରେସ ଉପ-ସଭାପତି ନିରଂଜନ ଦଳାଇ, ବନ୍ଧୁ କରଣ, ବିଜୟ ଦାସଙ୍କ ସମେତ ବୁଦ୍ଧିଜୀବୀ ମାନେ ସାମିଲ ଥିଲେ ।

Leave A Reply

Your email address will not be published.

six − five =