ପ୍ରଧାନମନ୍ତ୍ରୀ ଆବାସରେ ବିଜୁ ପକ୍କାଘର ଲୋଗୋ ମନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ନ ଲଗାଇବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଚିଠି ଲେଖି ନିଦେ୍ର୍ଧଶ ଦେଇଛନ୍ତି । ଗତ ୩୦ରେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପ୍ରମୁଖ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି । ଚିଠିରେ ଉଲ୍ଲେଖ ଅଛି ଯେ, ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ ।
ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନାର ଲୋଗୋ ଲାଗିପାରିବ ନାହିଁ । ଏହି ଯୋଜନାରେ ରାଜ୍ୟ ସରକାର ନିଜସ୍ୱ କୌଣସି ଲୋଗୋ ବ୍ୟବହାର କରିପାରିବେ ନାହିଁ ବୋଲି ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି । ସୂଚନା ଥାଉକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ବ୍ୟବହାର ନେଇ ପ୍ରଥମେ ବିଜେପି ଅଭିଯୋଗ କରିଥିଲା
ଆଉ ଏହାକୁ ବିରୋଧ କରି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ମଧ୍ୟ ବିଜେପି ପକ୍ଷରୁ ଦିଆଯାଇଥିଲା । ଏହା ପରେ ବିଜେପି ପ୍ରତିନିଧିମଣ୍ଡଳୀ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲା । ଆଉ ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଆଜି ବିଧାନସଭାରେ ବିରୋଧୀ ବିଜେପି ସଦସ୍ୟମାନଙ୍କ ହଟଗୋଳ ଯୋଗୁଁ ଗୃହର କାର୍ଯ୍ୟକ୍ରମ ଅଚଳ ହୋଇପଡିଛି । ଫଳରେ ବାଚସ୍ପତି ଗୃହକୁ ୨ଥରରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

Leave A Reply

Your email address will not be published.

four − three =