ମୋତେ ଯେତେ ମାଠିବୁ ମାଠ୍…

ଅଭ୍ୟାସ ମଣିଷର ଦ୍ୱିତୀୟ ପ୍ରକୃତି । ଏହା ଶିମିଳିପାଳ ଜଙ୍ଗଲ ଅବସ୍ଥାକୁ ଦେଖିଲେ ଏବେ ସହଜରେ ଅନୁମାନ କରିହୁଏ । ସମସ୍ତେ ଜାଣନ୍ତି ଏବଂ ନିକଟ ଅତିିତରେ ବିଭିନ୍ନ ସମ୍ବାଦପତ୍ରରେ ଏବଂ ଟିଭିର ବିଭିନ୍ନ ଚ୍ୟାନେଲରେ ଶିମିଳିପାଳ ଜଙ୍ଗଲର ଶତାଧିକ ସ୍ଥାନ ଅଗ୍ନିକାଣ୍ଡ ଦ୍ୱାରା ଆକ୍ରାନ୍ତ ହୋଇଥିଲା । ପରିଶେଷରେ ଯାହାହେଉ, ଏଗୁଡିକ ନିର୍ବାଚିପିତ ହୋଇଥିଲା । ଏଥିଲାଗି ଓଡ୍ରାଫ ଟିମ୍ ପକ୍ଷରୁ ବହୁ କସରତ କରାଯାଇ ନିଆଁକୁ ନିୟନ୍ତ୍ରଣ କରାଯିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଙ୍ଗଲ ଅଗ୍ନିକାଣ୍ଡ ଘଟୁଥିବାରୁ ବନବିଭାଗ ଏ ସମ୍ପର୍କରେ କଡା ପଦକ୍ଷେପ ସ୍ୱରୁପ ସନେ୍ଦହଜନକ ଭାବେ ଜଙ୍ଗଲ ଭିତରେ ଚଳାଚଳ କରୁଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଅଗ୍ନିକାଣ୍ଡ ପାଇଁ ଗିରଫ କରିଥିଲା । ତେବେ ମାତ୍ର ୨୪ ଘଂଟା ପୂର୍ବରୁ ଜଣାପଡିଛି ଯେ, ପୂର୍ନବାର ଏହି ଶିମିଳିପାଳରେ ପୁଣି ୪୭ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ସହ ଏହିସବୁ ସ୍ଥାନରେ ରହିଥିବା ବିଭିନ୍ନ ଔଷଧିୟ ବୃକ୍ଷ ଏବଂ ବଡ଼ ବଡ଼ ବୃକ୍ଷରାଜି ଏଥିରେ ଆକ୍ରାନ୍ତ ହେଉଛି । ମିଳିଥିବା ଖବରରୁ ଏହା ଶୁଣିବାକୁ ମିଳିଛି ଯେ, ସାଟେଲାଇଟ୍ରୁ ପ୍ରାପ୍ତ ତଥ୍ୟରୁ ଉପରୁକ୍ତ ୪୭ ସ୍ଥାନରେ ନିଆଁ ଜଲୁଛି । ସମ୍ପ୍ରତି ଗୋଟିଏ ପଟେ ମୟୁରଭଞ୍ଜ ଜିଲ୍ଲାର ଏହି ଉକ୍ତ ଅଭୟାରଣ୍ୟ ମଧ୍ୟରେ ଅଗ୍ନିକାଣ୍ଡ ଜୋରରେ ବ୍ୟାପିଛି । ଏପରିକି ଅଭୟାରଣ୍ୟ ଦକ୍ଷିଣରେ ଏହି ୪୭ ସ୍ଥାନ ମଧ୍ୟରେ ରହିଛି, ନଅଣା, ଜେନାବିଲ, ପିଠାବଟା, ପୋଡାଡିହ ଇତ୍ୟାଦି । କେବଳ ସେତିକି ନୁହେଁ ଉତରରେ ରହିଥିବା ରେଞ୍ଜଅନ୍ତଗର୍ତ ବ୍ୟାଘ୍ର ସଂରକ୍ଷଣ ପକଳ୍ପ ଗୁଡିକରେ ମଧ୍ୟ ନିଆଁ ଲାଗିଛି । କେବଳ ଶିମିଳିପାଳ ନୁହେଁ, ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ଆଦିରେ ରହିଥିବା ବନଖଣ୍ଡ ଅନ୍ତର୍ଭୁକ୍ତ ବିଭିନ୍ନ ସ୍ଥାନରେ ଅଗ୍ନି ନିୟନ୍ତ୍ର ଲାଗି ଏବେ ବି ଓଡ୍ରାଫ ଟିମ୍ର ୫୦ ଜଣ କର୍ମଚାରୀ ନିଆଁ ଲିଭାରେ ନିୟୋଜିତ ରହିଛନ୍ତି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଗତ ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଗ୍ନି ବର୍ଷୁଛି । ଏପରିକି ଆଜି ମଧ୍ୟ ୨୦ଟି ଜିଲ୍ଲାରେ ତାପବୃଦ୍ଧି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିବା ସହିତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ଏମ. ଜଗଜ୍ଜୟାନନ୍ଦ ପ୍ରକାଶ କରିଛନ୍ତି ଯେ, ଅତ୍ୟଧିକ ଗରମ ଯୋଗୁ ଜଙ୍ଗଲରେ ନିଆଁ ଲାଗୁଛି । ତେବେ ଆମର ପ୍ରଶ୍ନ ହେଲା ଯେ, ଅତ୍ୟଧିକ ଗରମରୁ ଜଙ୍ଗଲ ଭିତରେ ଆପେ ଆପେ ଅଗ୍ନିକାଣ୍ଡ ଘଟିବା ଯୁଗ ଆଉ ନାହିଁ । ସେଥିରେଯେ ବିରଳ ପଶୁ ପକ୍ଷୀ ଏବଂ ବଡ଼ ବଡ଼ ମୂଲ୍ୟବାନ ବୃକ୍ଷରାଜିରୁ ଆପେ ଆପେ ନିଆଁ ଲାଗିବ, ତାହା ଅଦୌ ଗ୍ରହଣିୟ ନୁହେଁ । ବରଂ ରାଜ୍ୟସରକାର ଶିମିଳିପାଳ ଅଂଚଳକୁ ନେଇ ସ୍ୱତନ୍ତ୍ରଭାବେ ଅଗ୍ନିକାଣ୍ଡ ସମ୍ପର୍କରେ ତଦନ୍ତ ବ୍ୟାପକ କରିବା ନିତ୍ୟାନ୍ତ ଜରୁରୀ ।

Leave A Reply

Your email address will not be published.

15 + 20 =