ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର କାୟା ବିସ୍ତାର କରୁଛି। ନୂଆ ଷ୍ଟ୍ରେନ ଯୋଗୁ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୧୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୧ ଲକ୍ଷ ୬୪ ହଜାର ୧୧୦ରେ ପହଞ୍ଚିଛି।
ସେହିପରି ଗୋଟିଏ ଦିନରେ ୮୯ ହଜାର ୧୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୩ ଲକ୍ଷ ୯୨ ହଜାର ୨୬୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୧୫ ଲକ୍ଷ ୬୯ ହଜାର ୨୪୧ ଜଣ ସୁସ୍ଥ ହୋଇଥିବାବେଳେ ୬ ଲକ୍ଷ ୫୮ ହଜାର ୯୦୯ ସକ୍ରିୟ ରୋଗୀ ରହିଛନ୍ତି। ୭ କୋଟି ୩୦ ଲକ୍ଷ ୫୪ ହଜାର ୨୯୫ ଜଣଙ୍କୁ ଟିକା ଦିଆଯାଇଛି।