ବାଚସ୍ପତିଙ୍କ ଉପରକୁ ଫୋପାଡିଲେ ଚପଲ

ଭୁବନେଶ୍ୱର: ବିଧାନସଭାରେ ଆଜି ଏକ ଅଭାବନୀୟ ଘଟଣାଘଟିଛି । ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ବିରୋଧୀ ଦଳ ବିଜେପିର ୨ଜଣ ବରିଷ୍ଟ ସଦସ୍ୟ ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । କେବଳ ଚପଲ ନୁହେଁ କଲମ, ଇୟର ଫୋନ୍, କାଗଜ ଆଦି ମଧ୍ୟ ବିଜେପି ସଦସ୍ୟମାନେ ଫିଙ୍ଗିଛନ୍ତି । ଗୃହରେ ତୁମୁଳ ହଟଗୋଳ ଯୋଗୁଁ ବାଚସ୍ପତି ଶ୍ରୀ ପାତ୍ର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିଧାନସଭା ଇତିହାସରେ ଏଭଳି ଘଟଣା ପ୍ରଥମ ।
ଆଜି ବିଧାନସଭାରେ କଂଗ୍ରେସ ପକ୍ଷରୁ ଆଗତ ଖଣି ଦୁର୍ନୀତି ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନକରିବା ପ୍ରତିବାଦରେ ଗୃହରେ ହଟଗୋଳ ଲାଗି ରହିଥିଲା ବେଳେ ଲୋକାୟୁକ୍ତ ସଂଶୋଧନ ବିଲ୍ ୨୦୨୧ ଆଗତ କରିବା ଏବଂ ବିନା ଆଲୋଚନାରେ ଗୃହିତ ହେବା ଘଟଣାର ପ୍ରତିବାଦ ସ୍ୱରୂପ ବିରୋଧୀ ବିଜେପି ବିଧାୟକ ଏଭଳି ଅଶୋଭନୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଲୋକାୟୁକ୍ତ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ବିରୋଧୀ ଦଳ ନେତାଙ୍କୁ ସୁଯୋଗ ନଦେବା ଲାଗି ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ହଟଗୋଳ କରିବା ସଙ୍ଗେ ସଙ୍ଗେ ଚପଲ ଫିଙ୍ଗିଥିଲେ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏହା କହିଛନ୍ତି । ଅନ୍ୟପକ୍ଷରେ ବିଜେପିର ବରିÂ ସଦସ୍ୟ ଜୟ ନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗକୁ ଶ୍ରୀ ସେଠୀ ଅସ୍ୱୀକାର କରି କହିଛନ୍ତିି ଯେ, ସେ ଚପଲ ଫିଙ୍ଗିନାହାନ୍ତି ସେ ଧରିଥିବା ଇୟର ଫୋନ୍ ଫିଙ୍ଗିଛନ୍ତି । ଦଳର କେହି ନୂଆ ବିଧାୟକ ଚପଲ ଫିଙ୍ଗିଥିବା ନେଇ ସେ ଆସଙ୍କା ପ୍ରକାଶ କରିଛନ୍ତି । ବାଚସ୍ପତି ଗୃହକୁ ବିଧି ମୁତାବକ ଚଳାଉନାହାନ୍ତି ବୋଲି ବିଧାୟକ ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ବିଜେପିର ବରିÂ ସଦସ୍ୟ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ବାଚସ୍ପତି ବିରୋଧୀଦଳକୁ ସମ୍ମାନ ଦେଉନାହାନ୍ତି । ବିଧି ପରମ୍ପରା ଅନୁଯାୟୀ ଗୃହ ଚଳାଉନାହାଁନ୍ତି । ବାଚସ୍ପତି ହେବାକୁ ସେ ସମ୍ପୂର୍ଣ୍ଣ ଅଯୋଗ୍ୟ ବୋଲି କହିବା ସଙ୍ଗେ ସଙ୍ଗେ ଏଭଳି ଘଟଣାରେ ସେ ଆଦୌଁ ଅନୁତପ୍ତ ନୁହଁନ୍ତି ବୋଲି ଦୃଢ ଭାବେ କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଛନ୍ତି ଯେ, ଏଭଳି ଘଟଣା ସମ୍ପୂର୍ଣ୍ଣ ନିନ୍ଦନୀୟ ଏବଂ ଏହାକୁ ସେ ନିନ୍ଦା କରୁଛନ୍ତି । ତେବେ ଗୃହରେ ହଟଗୋଳ ଲାଗିରହିଥିଲା ବେଳେ କୌଣସି ବିଲ୍ ଗୃହିତ କରାଇବା ପାଇଁ ଆଗତ କରିବା ଆଦୌଁ ଗଣତାନ୍ତ୍ରିକ ନୁହେଁ । ସେହିପରି ସରକାରୀ ଦଳର ମୁଖ୍ୟ ସଚେତକ୍ ପ୍ରମିଳା ମଲ୍ଲୀକ ଘଟଣାକୁ ନିନ୍ଦା କରିଛନ୍ତି । ବିରୋଧୀ ବିଜେପିର ଏହା ପ୍ରାୟୋଜିତ କାର୍ଯ୍ୟ ବୋଲି ସେ କହିଛନ୍ତି ।
ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଆଇନ୍ର ତର୍ଜମା କରୁଛି । ଚପଲ ଫିଙ୍ଗା ଫଟୋ ସଂଗ୍ରହ କରୁଛି । ଆଇନ୍ଅନୁଯାୟୀ କାର୍ଯ୍ୟାନୁÂାନ ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।

Leave A Reply

Your email address will not be published.

13 − 6 =