କନ୍ଧମାଳ ଓ କଳାହାଣ୍ଡିର ୨ଟି ସ୍ଥାନରେ କଂଟେନ୍ମେଂଟ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହରୀରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ଯୋଗୁଁ ଏବେ କଂଟେନ୍ମେଂଟ କଟକଣା ଫେରିଛି । ସଂକ୍ରମଣ ଚିହ୍ନଟ ଯୋଗୁଁ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ୨ଟି ଅଞ୍ଚଳରେ ଜିଲ୍ଲାପାଳ ମାନେ ମାଇକ୍ରୋ କଂଟେନ୍ମେଂଟ ଘୋଷଣା କରିଛନ୍ତି । କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରାଞ୍ଚଳ ଅନ୍ତର୍ଗତ ୨ ଓ ୫ ନଂ ୱାର୍ଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଳାପାଳ ଆସନ୍ତା ୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳକୁ ମାଇକୋ୍ର କଂଟ୍ନେ୍ମେଂଟ ଅଞ୍ଚଳଭାବେ ଘୋଷଣା କରିଛନ୍ତି । ଫୁଲବାଣୀ ପୌରାଞ୍ଚଳର ଡାକପାଲା ଅଞ୍ଚଳରୁ ୧୦ ଜଣ ଏବଂ ମାଷ୍ଟ୍ରପଡା ଓ କେନ୍ଦୁପତ୍ର ଅଞ୍ଚଳରୁ ଜଣେ ଲେଖାଁଏ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଳାପାଳ ସମ୍ପୃକ୍ତ ଅଞ୍ଚଳକୁ କଂଟେନ୍ମେଂଟ ଅଞ୍ଚଳଭାବେ ଘୋଷଣା କରିଛନ୍ତି । ସମ୍ପୃକ୍ତ ଅଞ୍ଚଳକୁ ବ୍ୟାରିକେଡ୍ ଦ୍ୱାରା ପ୍ରଶାସନ ସିଲ୍ କରିଦିଆଯାଇଛି । କଂଟେନ୍ମେଂଟ ଘୋଷିତ ଅଞ୍ଚଳରେ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା କେହି ବାହାରକୁ ଆସିପାରିବେ ନାହିଁ ବୋଲି ଜିଲ୍ଲାପାଳ ନିଦେ୍ର୍ଧଶ ନାମା ଜାରୀ କରିଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାର ଗୋଳମୁଣ୍ଡା ବ୍ଲାକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ଲିମିସେର ଗ୍ରାମରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏବଂ ଜଣେ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ପରେ ଆଜି ଜିଲ୍ଲାପାଳ ସମ୍ପୃକ୍ତ ଗ୍ରାମକୁ ମାଇକ୍ରୋ କଂଟେନ୍ମେଂଟ ଅଞ୍ଚଳଭାବେ ଘୋଷଣା କରିଛନ୍ତି ।
ସୂଚନା ଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହର ପରେ ରାଜ୍ୟରେ ପ୍ରଥମ ଥର ପାଇଁ ୨ଟି ଅଞ୍ଚଳକୁ ଜିଲ୍ଲାପ୍ରଶାସନ ମାଇକ୍ରୋ କଂଟେନ୍ମେଂଟ ଅଞ୍ଚଳଭାବେ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

six + 11 =