ଭୁବନେଶ୍ୱର : ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଅମିତ କଲେଜର ସାମ୍ବାଦିକତା ବିଭାଗର ଛାତ୍ର ଯଜ୍ଞଜ୍ୟୋତି ବେହେରା ୨୦୧୮-୨୦ ଶେଷ ବର୍ଷର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସମାବର୍ତନ ଉତ୍ସବର ମୁଖ୍ୟ ଅତିଥି ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡୁ ଉତ୍ସବର ଉଦଘାଟନ କରିବା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଠାରୁ ସମାବର୍ତନ ମଞ୍ଚରେ ସ୍ୱର୍ଣ୍ଣ ପଦକ, ମାନପତ୍ର ଗ୍ରହଣ କରିଛନ୍ତି । ଶ୍ରୀ ବେହେରା ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ଶ୍ରୀ ନିକୁଞ୍ଜ କୁମାର ବେହେରାଙ୍କ ଏକ ମାତ୍ର ପୁତ୍ର ଅଟନ୍ତି । ଶ୍ରୀ ବେହେରାଙ୍କ ପୁର୍ବରୁ ଭୁବନେଶ୍ୱର ସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗରୁ ଗତ ୧୫ବର୍ଷ ମଧ୍ୟରେ ଆହୁରି ୫ଜଣ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି କଲେଜ ପାଇଁ ସୁନାମ ଆଣିଛନ୍ତି । ଯଜ୍ଞଜ୍ୟୋତିଙ୍କର ଏହି ସଫଳତା ପାଇଁ ଅମିତ କଲେଜର ଅଧ୍ୟକ୍ଷ ଶ୍ରୀ ଅଧୀପ ନାରାୟଣ ମହାନ୍ତି, ନିଦେ୍ର୍ଧଶକ ଶ୍ରୀ ତି୍ରଦେବ ନାରାୟଣ ମହାନ୍ତି, ପି୍ରନ୍ସିପାଲ ଡଃ ଦୁର୍ଗା ଶଙ୍କର ସେନାପତି, ଭାଇସ ପି୍ରନ୍ସିପାଲ ବିଜୟ କୁମାର ମଙ୍ଗରାଜ, କଲେଜ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ପରୀକ୍ଷା ସଂଯୋଜକ ମନ୍ମଥ ମହାନ୍ତି, ବିଭାଗ ମୁଖ୍ୟ ଡଃ ଶରତ କୁମାର ନାୟକ, ବିଭାଗ ସଂଯୋଜକ ଶ୍ରୀ ଟିକାୟତ ନାୟକ, ବିଭାଗୀୟ ଅଧ୍ୟାପକ ଡଃ ଭି ଆର ରାଜୁ, ସୁଧାଂଶୁ ଶେଖର ଧଡା, ଡଃ ପ୍ରଭାସ ଆଚାର୍ଯ୍ୟ, ଶ୍ରୀ ଦିଲ୍ଲୀପ ବିଶୋଇ, ଶ୍ରୀ ରଥିନ୍ଦ୍ର ମିଶ୍ର, ଶ୍ରୀ ସୁବ୍ରତ କୁମାର ପତି, ଶ୍ରୀ ବନ ବିହାରୀ ମହାନ୍ତି, ଶ୍ରୀ ଚିନ୍ତନ ବ୍ରହ୍ମ, ଶିବାଶିଷ ନାୟକ, ଶ୍ରୀ ଶୁଭକାନ୍ତ ପଢିହାରୀ, ବିଭାଗର ସହସଂଯୋଜିକା ଶ୍ରୀମତୀ ମଧୁସ୍ମମିତା ବିଧାର, ନ୍ୟାୟବତୀ ଦୈନିକ ଖବରକାଗଜର ନିଦେ୍ର୍ଧଶକ ତଥା ଅଧ୍ୟାପକ ଶ୍ରୀ ଭୁଦୀପ ନାରାୟଣ ମହାନ୍ତି, ନ୍ୟାୟବତୀର ବାର୍ତା ସମ୍ପାଦକ ଶ୍ରୀ ଗୋପୀନାଥ ପରିଡା, ବିଭାଗ ତଥା କଲେଜର ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ ଏବଂ ଅମିତ କଲେଜର ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ ତାଙ୍କୁ ଶୁଭେଚ୍ଚା ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ସୁଭାଷିସ ଦେଇଛନ୍ତି ।