ଝାରସୁଗୁଡାରେ ୧୨ଟି ସ୍ଥାନ କଂଟେନ୍ମେଂଟ


ଝାରସୁଗୁଡା: କରୋନା ସଂକ୍ରମଣ ବଢିବା ପରେ ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ଫେରିଛି କମେଂଟମେଂଟ ଜୋନ୍ । ଝାରସୁଗୁଡା ଜିଲ୍ଲାରେ ୧୨ଟି ସ୍ଥାନକୁ ମାଇକ୍ରୋ କଂଟେନ୍ମେଂଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଝାରସୁଗୁଡା ପୌର ପରିଷଦର ୮ଟି, କିରିମିରା ବ୍ଲକର ୩ଟି ଓ ଲଖନଫୁରର ଗୋଟିଏ ଅଞ୍ଚଳକୁ କଂଟେନ୍ମେଂଟ ଜୋନ୍ ଘୋଷଣା କରିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ।
କଂଟେନ୍ମେଂଟ ଜୋନ୍ ଘୋଷଣା ହୋଇଥିବା ଅଞ୍ଚଳ ଗୁଡିକ ମଧ୍ୟରେ ରହିଛି-ବେହେରାମାଲ୍, ସରବାହଲ, ବମ୍ବେଛକ, ଝଣ୍ଡାଛକ, ରେଳବାଇ କରୋନୀ, କବରସ୍ତାନପଡା, ପିପିଲିମାଲ, ମାଲୁଆପଡା, ନକ୍ସାପାଲି ଓ କୂଟରାଚୂଆଁ । ଛତିଶଗଡରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାବର୍ତୀ ଅଞ୍ଚଳରେ ମାସ୍କ ଚେକିଂକୁ ଜୋରଦାର କରାଯାଇଛି । ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଚିଲଚିଲା ଗାଁକୁ କଂଟେନ୍ମେଂଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଜି.ପି ହର୍ଷଦ । ଏହା ସହିତ ଏହି ଗାଁ ପାଖ ଥାନଟ ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି । କଂଟେନ୍ମେଂଟ୍ ଜୋନ୍ ଘୋଷଣା ହୋଇଥିବା ଯୋଗୁ ଲୋକାମନଙ୍କୁ ଘର ଭିତରେ ରହିବାକୁ କଡା ନିଦେ୍ର୍ଧଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି । କଂଟେନ୍ମେଂଟ ଜୋନ୍ ଭିତରେ ଆସୁଥିବା ସମସ୍ତ ସରକାରୀ ଓ ଘରୋଇ ଅନୁÂାନ ଗୁଡିକ ବନ୍ଧ କରାଯାଇଛି । କଂଟେନ୍ମେଂଟ ଜୋନ୍ ମଧ୍ୟରେ କୌଣସି ପ୍ରକାର ଚଳପ୍ରଚଳକୁ ବନ୍ଦ କରାଯାଇଛି ।
ଅତ୍ୟନ୍ତ ଜରୁରୀ କ୍ଷେତ୍ରରେ, ଯେପରିକି ମେଡିକାଲ୍ କେସ୍ ଘଟଣାଗୁଡିକରେ କେବଳ କଂଟେନ୍ମେଂଟ ଜୋନ୍ ଯିବାକୁ ଅନୁମତି ଦିଆଯାଇପାରିବ ବୋଲି ଜିଲ୍ଲାପାଳଙ୍କ ନିଦେ୍ର୍ଧଶନାମାରେ କୁହାଯାଇଛି । ସେହିପରି ବଫର ଜୋନ୍ରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଲୋକଙ୍କୁ ଯାତାୟତ କରିବାକୁ ଅନୁମତି ଦିଆଯିବ । ତା’ ସହିତ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି । ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ପହଞ୍ଚାଇବା କାର୍ଯ୍ୟ ସୁନିଶ୍ଚିତ କରିବାକୁ ଧର୍ମଗଡ ବିଡିଓଙ୍କୁ ଦାୟିତ୍ୱ ଦିଆଯାଇଛି । କଳାହାଣ୍ଡି ସିଡିଏମ୍ଓ କଂଟେନ୍ମେଂଟ ଜୋନ୍ ଓ ବଫର ଜୋନ୍ରେ କଂଟାକ୍ଟ ଟ୍ରେସିଂ ଓ ଆକ୍ଟିଭ୍ ସର୍ଭଲାନ୍ସ କାର୍ଯ୍ୟକୁ ସୁନିଶ୍ଚିତ କରିବେ । ୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣାକୁ ଜାରି କରାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ଦୁଇ ଦିନ ଧରି ଯଥାକ୍ରମେ ୪୬୧ ଓ ୪୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି ।

Leave A Reply

Your email address will not be published.

20 − 14 =