ମହାରାଷ୍ଟ୍ରରେ ସପ୍ତାହନ୍ତ ଲକ୍ଡାଉନ୍

ମୁମ୍ବାଇ: ମହାରାଷ୍ଟ୍ରରେ କରୋନାଭାଇରସ୍ର ନୂଆ ସଂକ୍ରମଣ ମାମଲା ଅତି ଉଦ୍ବେଜନକ ଭାବେ ବଢୁଥିବାରୁ ଆଜି ସରକାର କେତେକ କଠୋର କଟକଣା ଘୋଷଣା କରିଛନ୍ତି । ତେବେ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ରବିବାର ଦିନ ଏ ବାବଦରେ କ୍ୟାବିନେଟ୍ର ଏକ ବୈଠକ ପରେ ରାଜ୍ୟରେ ସୋମବାର ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତି ହୋଇଛି । ଏହା ସହିତ ସପ୍ତାହାନ୍ତ ଲକ୍ଲାଉନ୍ ମଧ୍ୟ କାର୍ଯ୍ୟକାରୀ ହେବ । ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟାପ୍ତ ଲକ୍ଡାଉନ୍ କଡାକଡି କାର୍ଯ୍ୟକାରୀ ହେବ । କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ କଠୋର ନିୟମ ଲାଗୁ କରାଯାଇଛି । ପ୍ରତ୍ୟେକ ଦିନ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ । ଲକ୍ଡାଉନ୍ ସମୟରେ ଦିନ ଧରା ଧାରା ୧୪୪ ଲାଗୁ ହେବ ।
ରାଜ୍ୟ ସାରା ମଲ୍, ରେଷ୍ଟୁରାଂଟ ଏବଂ ବାର ଆଦି ସମ୍ପୂର୍ଣ୍ଣ ବନ୍ଦ ରହିବ, କିନ୍ତୁ ପାର୍ସଲ ବ୍ୟବସ୍ଥା ଜାରି ରହିବ । ଅତ୍ୟାବଶ୍ୟକ ସେବା ଯଥାରୀତି ଚାଲିବ । ସରକାରୀ ଏବଂ ଘରୋଇ କାର୍ଯ୍ୟଳୟର ୫୦ ପ୍ରତିଶତ କ୍ଷମତାରେ କାମ ହେବ ।

Leave A Reply

Your email address will not be published.

four + three =