ଇସ୍ତଫା ଦେଲେ ମହାରାଷ୍ଟ୍ରର ଗୃହମନ୍ତ୍ରୀ

ମୁମ୍ବାଇ: ଶେଷରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଉଧବ ଠାକେରେ ଗ୍ରହଣ କରିନେବା ପାଇଁ ରାଜ୍ୟପାଳଙ୍କୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି । ଆଜି ତାଙ୍କ ବିରୋଧରେ ଆସିଥିବା ୧୦୦ କୋଟି ଦାଦାବଟି ମାମଲାର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ନିଦେ୍ର୍ଧଶ ଦେବା ପରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି ।
ଅନ୍ୟପକ୍ଷରେ ଆଗାମୀ ୧୫ ଦିନ ଭିତରେ ସିବିଆଇ ତା’ର ତଦନ୍ତ ଆରମ୍ଭ କରିବ । ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମୀର ସିଂହଙ୍କ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ଆଜି ଏହି ରାୟ ଶୁଣାଇଥିଲେ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁ୍ଖଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ବିଚାର କରି କୋର୍ଟ କହିଛନ୍ତି ଯେ, ଏନେଇ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ କରିବ, ତଦନ୍ତ ପରେ ମାମଲା ସିବିଆଇ ହାତକୁ ଯିବ । କୋର୍ଟ କହିଛନ୍ତି ଯେ, ଅନିଲ୍ ଦେଶମୁଖ ହେଉଛନ୍ତି ରାଜ୍ୟର ଗୃହମନ୍ତ୍ରୀ । ଫଳରେ ନିରପେକ୍ଷ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ । ତେଣୁ ସିବିଆଇ ଏହି ମାମଲାର ତଦନ୍ତ କରିବା ଆବଶ୍ୟକ । ସିବିଆଇ ପ୍ରାରମ୍ଭିକ ସ୍ତରରୁ ତଦନ୍ତ କରୁ । ଏଥିରେ ସମସ୍ତଙ୍କୁ ସହଯୋଗ କରିବାକୁ ହେବ । ୧୫ ଦିନ ମଧ୍ୟରେ ସିବିଆଇ ନିଦେ୍ର୍ଧଶକଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଯଦି ସିବିଆଇ ରିପୋର୍ଟରେ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଆସେ ତେବେ ତାଙ୍କ ବିରୋଧରେ ଏଜେନ୍ସି ଏଫଆଇଆର୍ ରୁଜୁ କରିବ ବୋଲି କୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ବଦଳି ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ ଅନିଲ୍ ଦେଶମୁଖ ସଚିନ ୱାଜେଙ୍କୁ ମମ୍ବାଇରୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଟାର୍ଗେଟ ଦେଇଥିବା ସେ ଅଭିଯୋଗ ଆଣିଥିଲେ । କେବଳ ସେତିକି ନୁହେଁ ସେ ଅନିଲ୍ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର । ପରେ ଏହି ମାମଲାରେ ପରମବୀର ସିଂହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ ମାର୍ଚ୍ଚ ୨୫ ତାରିଖରେ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ନେଇ କୋର୍ଟରେ ଆବେଦନ କରିଥିଲେ ।

Leave A Reply

Your email address will not be published.

one × one =