ଅସ୍ଥାୟୀ ବାଉଁଶ ପୋଲ ସ୍ଥାନରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି


ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପଂଚାୟତର କୁଶବଟ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଛନ୍ଦା ନିକଟରେ ପ୍ରତିବର୍ଷ ଭଳି ଏଠାରେ ଖରାଦିନେ ଏକ ଅସ୍ଥାୟୀ ବାଉଁଶ ପୋଲ ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମାଣ ହୋଇଥାଏ । ଏହି ପୋଲ ଉପରେ ସାଇକେଲ, ମଟର ସାଇକେଲ ଯାତ୍ରୀ ମଧ୍ୟ ଯାତାୟତ କରିଥାଆନ୍ତି । ହେଲେ ବ୍ରାହ୍ମଣୀ ନଦୀରେ ପାଣି ବଢିଲେ ପୁଣି କୁଶବଟ ଗ୍ରାମରୁ ବରୀରୁ ବରୁଆଁ ମୁଖ୍ୟ ରାସ୍ତାକ ରୁଦ୍ରପୁର ପୋଲ ଦେଇ ନହେଲେ ହଳଦୀ ବସନ୍ତ ପୋଲ ଦେଇ ବ୍ଲକ, ତହସିଲ, ଥାନା, ବରୀ ବରୁଆଁ ମୁଖ୍ୟରାସ୍ତାକୁ ଆସିିବାକୁ ପଡିଥାଏ । ଏହି ବ୍ଲକର ସ୍ୱାଇଁଖଣ୍ଡ ପଂଚାୟତ କୁଶବଟ ଓ କିମ୍ଭିରିଆପାଳ ଗ୍ରାମ ମଧ୍ୟସ୍ଥଳୀ ବୋଲି ବ୍ରାହ୍ମଣୀ ନଦୀ ଖରାଦିନିଆ ବାଉଁଶ ପୋଲ ଉପରେ ଲୋକମାନେ କିମ୍ଭିରିଆପାଳ, ବାଇଁଶିରିଆ, ଗୋଲକୁଣ୍ଡ, ସ୍ୱାଇଁଖଣ୍ଡ, ବାଲିଆ ପଂଚାୟତର ଲୋକମାନେ ଏହି ଅସ୍ଥାୟୀ ପୋଲ ଉପରେ ଯାତାୟତ କରିବା ସହିତ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସିଥାନ୍ତି । ମୁଖ୍ୟ ସମସ୍ୟା ହେଉଛି ବର୍ଷା ଦିନ ଆସିଲେ ଏହି ଅଂଚଳର ଲୋକମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଅଂଚଳ ଗ୍ରାମବାସୀ ପକ୍ଷରୁ ଏଠାରେ ଅସ୍ଥାୟୀ ବାଉଁଶ ପୋଲ ସ୍ଥାନରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି ହେଉଛି । ଜନସାଧାରଣଙ୍କ ମଧ୍ୟରେ ଗଦାଧର ଜେନା, ନନ୍ଦ କିଶୋର ଜେନା, ବିଶ୍ୱନାଥ ପଣ୍ଡା, ରସିକ ଜେନା, ବିଦ୍ୟାଧର ଜେନା, କୈଳାନ୍ଦ୍ର ଚନ୍ଦ୍ର ଦାସ, ବ୍ରଜ ବାରିକ, ନଟବର ବାରିକ, ରବିନ୍ଦ୍ର ସାହୁ, ଚୈତନ୍ୟ ସାହୁ, କୁଳମଣୀ ପଣ୍ଡା, ସମେତ ସେ ଅଂଚଳର ବହୁ ଜନସାଧାରଣ ଯଥାଶିଘ୍ର ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.

two + eight =