ଭୁବନେଶ୍ୱର: ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳିରେ ରୋପ୍ୱେ ବ୍ୟବସ୍ଥା ଲାଗି ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁରୀ ଓ ର୍କୋଣାକ ମଧ୍ୟରେ ରୋପ୍ୱେ ଲାଗି ଆସିଥିବା ପ୍ରସ୍ତାବ ସରକାରଙ୍କ ବିଚାରାଧିନ ରହିଛି । ଯେଉଁ ସବୁ ପର୍ଯ୍ୟଟନ ସ୍ଥଳିରେ ରୋପ୍ୱେ ହେବ, ସେଗୁଡିକ ହେଲେ କପିଲାସ, ଭୀମକୁଣ୍ଡ, ପଚଂଲିଙ୍ଗେଶ୍ୱର, ନୃସିଂହନାଥ-ହରିଶଙ୍କର ଓ ଧଉଳିଗିରି । ୧୬ମାସ ଭିତରେ ରୋପ୍ୱେ କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି ।