ରାମ ମନ୍ଦିର ହଲ୍ ଓ ଅକ୍ସଫୋଡ୍ ଇଂଜିନିୟରିଂ କଲେଜ୍ ସିଲ୍

ଭୁବନେଶ୍ୱର: କରୋନା ଗାଇଡ୍ ଲାଇନ୍କୁ ଉଲ୍ଳଘଂନ କରିଥିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଆଜି ଶ୍ରୀରାମ ମନ୍ଦିର ହଲ୍କୁ ସିଲ୍ କରିଦେଇଛି । ବିଏମ୍ସିର ବିନା ଅନୁମତିରେ ଜନପଥରେ ଥିବା ରାମ ମନ୍ଦିର ପରସରେ ଥିବା ଫଙ୍କସନ୍ ହଲ୍ରେ ଏକ ଜନ୍ମଦିନ ଉତ୍ସବ ପାଳନ ହେଉଥିବାରୁ ହଲ୍କୁ ସିଲ୍ କରାଯାଇଛି ।
ବିଏମ୍ସି ଜୋନାଲ ଡେପୁଟି କମିସନର (ଦକ୍ଷିଣ ପୂର୍ବ) ଅଂଶୁମାନ ରଥ ଘଟଣାସ୍ଥଳକୁ ପରିଦର୍ଶନ କରି ଏହି ଉତ୍ସବ ବିଏମ୍ସିର ଅନୁମତି ବିନା ହେଉଥିବା ଜାଣିବାକୁ ପାଇଲେ । ବିଏ୍ମ୍ସିର ବିନା ଅନୁମତିରେ କୌଣସି ଉତ୍ସବ ପାଳନ ହୋଇ ପାରିବ ନାହିଁ ବୋଲି ନିୟମ ରହିଥିବା ବେଳେ ଏପରି ଭାବେ ରାମ ମନ୍ଦିର ହଲ୍ରେ ଜନ୍ମଦିନ ପାଳନ ହୋଇଥିବାରୁ ତାହାକୁ ଖାଲି କରି ସିଲ୍ କରାଯାଇଛି । ଉତ୍ସବ ସମ୍ପର୍କରେ ଖବର ମିଳିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ତୁରନ୍ତ ସେହି ସ୍ଥାନରୁ ଅପସାରିତ କରାଯାଇଛି ଓ ଜନ୍ମଦିନ ଆୟୋଜନ କରିଥିବା ବ୍ୟକ୍ତିଙ୍କଠାରୁ ୫୦୦୦ ଜରିମାନା ଆଦାୟ କରାଯାଇଛି ।
ଆହୁରି ମଧ୍ୟ ବିଏମ୍ସି କତୃପକ୍ଷ ଅକ୍ସଫୋଡ୍ ଇଂଜିନିୟରିଂ କଲେଜ୍କୁ ସିଲ୍ କରିଦେଇଛନ୍ତି । କୋଭିଡ୍ କଟକଣା ମାନିନଥିବାରୁ ବିଏମ୍ସି ଏହି ପଦକ୍ଷେପ ଗ୍ରହଣ କରିଛି ।

Leave A Reply

Your email address will not be published.

five × 2 =