ଥାନା ପରିସରରେ ଦମ୍ପତିଙ୍କୁ ହାଣିଲେ

ବାଲେଶ୍ୱର: ପୋଲିସ୍ ଆଖି ଆଗରେ ଥାନା ପରିସରରେ ଅଭିଯୋଗକରରୀ ପତିପତ୍ନୀଙ୍କୁ ବିରୋଧି ଗୋଷ୍ଠୀର ଲୋକ ମରାଣାତ୍ମକ ଆକ୍ରମଣ କରି ହାଣିବା ଘଟଣା ବିଭିନ୍ନ ମହଲରେ ଘୋର ଆଲୋଡନ ସୃଷ୍ଟି କରିଛି । ଉଭୟ ଆହାତ ପତିପତ୍ନୀଙ୍କୁ ଚିକିତ୍ସା ଲାଗି ହସ୍ପିଲରେ ଭର୍ତି କରାଯାଇଛି । ଏପରି ଅଭାବନରୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ପୋଲିସ୍ ସମ୍ମୁଖରେ ଘଟିଯାଇଥିବା ବେଳେ ଏବେବି ଉତେଜନାମୂଳକ ପରିସ୍ଥିତି ଲାଗି ରହିଛି ।
ପୋଲିସ୍ ସୂଚନାଅନୁଯାୟୀ, ରେମୁଣା ମନ୍ଦାରପୁର ଓ ନିଆଁବାଗ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଗତକାଲି ରାତି ପ୍ରାୟ ୧୧ଟା ପରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଥାନାରେ ପହଞ୍ଚିଥିଲେ । ସେହି ସମୟରେ ବାଦଲ ଦାସ ନାମକ ଯୁବକ ନିଜ ବାପା ମା’ ରଘୁ ଦାସ ଓ ପ୍ରମିତା ଦାସଙ୍କ ସହ ଥାନାରେ ପହଞ୍ଚି ତାଙ୍କ ଘରକୁ କିଛି ଲୋକ ଭାଙ୍ଗି ଦେଉଥିବା ଅଭିଯୋଗ କରିଥିଲେ ।
ଉକ୍ତ ସମୟରେ ଅପରପକ୍ଷର କିଛି ଲୋକ ସେମାନଙ୍କ ପିଛା କରି ଥାନାରେ ପହଞ୍ଚିଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ସେଠାରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଗୋଟିଏ ପକ୍ଷକୁ ଅତର୍କିତ ଆକ୍ରମଣ ହେଉଥିବାରୁ ପୋଲିସ୍ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ମାତ୍ର କିଛି ଉତ୍ୟକ୍ତ ଲୋକ ଥାନା ଭଙ୍ଗାରୁଜା କରିବା ସହ ତେଲେଙ୍ଗା କଟୁରିରେ ଉଭୟ ରଘୁ ଦାସ ଓ ତାଙ୍କ ପତ୍ନୀ ପ୍ରତିମାଙ୍କୁ ଆକ୍ରମଣ କରିଥିଲେ । ତେବେ ପୋଲିସ୍ ବର୍ତମାନସୁଧା ଆକ୍ରମଣକାରୀଙ୍କୁ ଗିରଫ କରିନାହିଁ ।

Leave A Reply

Your email address will not be published.

eleven − 1 =