ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଏସବିଆଇ ମେନ୍ ବ୍ରାଞ୍ଚ ପୁଣି ସିଲ୍ ହୋଇଛି

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଏସବିଆଇ ମେନ୍ ବ୍ରାଞ୍ଚ ପୁଣି ସିଲ୍ ହୋଇଛି । ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତ ଏହାକୁ ସିଲ୍ କରିଛି ବିଏମ୍‌ସି । ଏଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଏପରି ନିଷ୍ପତି ନିଆଯାଇଥିବା କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ପୂର୍ବରୁ ଏସ୍‌ବିଆଇର ଏହି ବ୍ରାଞ୍ଚରୁ ୭ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ରେ ଗତ ୪ ତାରିଖରେ ଏହାକୁ ୨ ଦିନ ପାଇଁ ସିଲ୍ କରାଯାଇଥିଲା । ଏବେ ଆଉ ଅଧିକ ପଜିଟିଭ୍ ବାହାରିବାରୁ ଆହୁରି ୪ଦିନ ପାଇଁ ଏହାକୁ ସିଲ୍ କରାଯାଇଛି । ସେପଟେ ୯ଶହ ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଂଟାରେ ରାଜ୍ୟରେ ୮୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୮୭୯ ପଜିଟିଭ୍ କେସ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୬୧ ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ ଜିଲ୍ଲା । ଏହି ଜିଲ୍ଲାରୁ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରେ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୨ ବରଗଡରେ ୫୩, ଭଦ୍ରକରେ ୧୭, ବଲାଙ୍ଗିରରେ ୨୬ , ବୌଦ୍ଧରେ ଜଣେ , କଟଖରେ ୫୦ , ଦେବଗଡରେ ଜଣେ , ଗଜପତିରେ ଜଣେ , ଗଞ୍ଜାମରେ ୩୧, ଜଗତସିଂହପୁରରେ ୨, ଯାଜପୁରରେ ୧୫ , ଝାରସୁଗୁଡାରେ ୨୩, କଳାହାଣ୍ଡିରେ ୪୩, କନ୍ଧମାଳରେ ୫, କେନ୍ଦ୍ରାପଡାରେ ୯ , କେନ୍ଦୁଝରରେ ୨୫, କୋରାପୁଟରେ ୫, ମୟୁରଭଞ୍ଜରେ ୨୯, ନବରଙ୍ଗୁରରେ ୧୯ , ନୟାଗଡରେ ୬, ନୂଆପଡାରେ ୬୨, ପୁରୀରେ ୪୫, ରାୟଗଡାରେ ୧୩, ସମ୍ବଲପୁରରେ ୪୮ ଓ ସୋନପୁରରେ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୁଲରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

four × four =