କୋଭିଡ ଓ ଶିଶୁ

କୋଭିଡ-୧୯ ମହାମାରୀର ପ୍ରଥମ ଲହର୍ ପରେ ଏବେ ଚାଲିଛି ଆମ ଦେଶରେ ଚାଲିଛି ଏହାର ଦ୍ୱିତୀୟ ଲହର୍ ଏପରିକି ଭାରତରେ ବୁଧବାର ୧ ଲକ୍ଷ ୧୫ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଥିବା ଚିହ୍ନଟ ହୋଇଛି । ତତସହିତ ଆଉ ୬୩୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ଦେଶରେ ୧,୬୬,୧୭୭ରେ ପହଂଚିଥିଲା ବେଳେ ବିଗତ ୨୪ ଘଂଟା ମଧ୍ୟରେ ୧ ଲକ୍ଷ ୧୫ ହଜାର ୭୩୬ ଜଣ ମହାମ।ରୀ ଆକ୍ରାନ୍ତ ବୋଲି ହୋଇଛନ୍ତି ଓ ତଦ୍ୱାରା ମୋଟ ପଜିଟିଭ ସଂଖ୍ୟା ୧ କୋଟି ୨୮ ଲକ୍ଷକୁ ଟପିଯାଇଥିବା ପ୍ରକାଶ । ଏବେ ବିଗତ ୨୪ ଘଂଟା ମଧ୍ୟରେ ଯେତିକି ସଂଖ୍ୟା ଲୋକ କରୋନା ଭାଇରଷ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତାହା ସମ୍ପୃନ୍ନ ନୂଆକଥା । ଏ ଦେଶରେ ୨୦୨୦ ଫେବୃଆରୀରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ପରେ ଏହି ସଂଖ୍ୟା ବଢ଼ିଥିଲେ ହେଁ ଏହା କେବେ ୧ କୋଟି ୧୫ ଲକ୍ଷ ହୋଇନଥିଲା । ଏହା ସ୍ପଷ୍ଟ ସୂଚାଇ ଦେଉଛି ଯେ, ଦ୍ୱିତୀୟ ଲହର୍ରେ କରୋନା ଭୟାବହ ରୂପ ନେଇଛି । ଏପରିକି କେତେକ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହି ଦ୍ୱିତୀୟ ଲହର୍ ଏବେ ସାରା ଦେଶରେ ଆଗାମୀ ୪ମାସ ପାଇଁ ବଢ଼ି ବଢ଼ି ଚାଲିବା ସହତି ସ୍ଥିତି ଅଧିକ ଜଟିଳ ହେବା ଅସମ୍ଭବ ନୁହେଁ । ଅନ୍ୟପକ୍ଷରେ ଏଥର ସଂକ୍ରମଣର ଅଧିକ ସଂଖ୍ୟକ ଯୁବକ ଓ ଶିଶୁ ଶୀକାର ହେଉଛନ୍ତି । ଗତମାସରୁ ଅର୍ଥାତ ମାର୍ଚ୍ଚରୁ ଏପ୍ରିଲ ୮ ମଧ୍ୟରେ ମୋଟ ୭୯,୬୮୮ ଶିଶୁ କରୋନାରେ ପୀଡିତ ହୋଇଥିଲାବେଳେ ବେଳେ କେବଳ ମହାରାଷ୍ଟ୍ରରୁ ଏମାନଙ୍କ ସଂଖ୍ୟା ୯୮୮୨ ଥିବା ଓ ବୟସ ୫ ବର୍ଷରୁ କମ୍ ଥିବା ଜଣା ପଡିଛି । ଅନୁରୂପ ଢ଼ଙ୍ଗରେ ଛତିଶଗଡରେ ଏହି ସଂଖ୍ୟା ୫୯୪୦, କର୍ଣ୍ଣାଟକରେ ୭୩୨୭ ଓ ୟୁପିରେ ୩୦୦୪ ଥିବା ପ୍ରକାଶ ଦିଲ୍ଲୀରେ ମଧ୍ୟ ଦ୍ୱିତୀୟ ଲହର୍ ରେ ୨୭୩୩ ଶିଶୁ ଆକ୍ରାନ୍ତ ଥିବା ପ୍ରକାଶ । ଶିଶୁଙ୍କୁ କରୋନା ହେବା କେବଳ ଭାରତର ନୁହେଁ, ସାରାବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇଦେଇଛି । ଏପରିକି ବ୍ରିଟେନରେ ହୋଇଥିବା ଟିକା ଆଷ୍ଟ୍ରାଜେନିକାର ଶିଶୁଙ୍କ ପାଇଁ ଭ୍ୟାକ୍ସିନ ପରୀକ୍ଷା କରାଗଲା ଭଲି ୭ ଜଣଙ୍କର ମୃତ୍ୟୁ ଘଟିବାରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଉ ଏହା ମଧ୍ୟ ଜଣା ପଡିଛି ଯେ, କୋଭିଡ ଟିକା ନେଇସାରିଥିବା ଲକ୍ଷେ୍ମøସ୍ଥିତ କିଙ୍ଗ ଜର୍ଜସମେଡିକାଲ ୟୁନିଭରସିଟିର ୪୦ ପାଖାପା୍ଖି ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ପ୍ରକାଶ । ଅନ୍ୟପକ୍ଷରେ ମହାରାଷ୍ଟ୍ର, ଓଡ଼ିଶା ଏବଂ ଅନ୍ୟକେତେକ ରାଜ୍ୟରେ ଟିକାର ଅଭାବ ପରିଲକ୍ଷିତ ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠେ, ଅଧିକ ଟିକା କେବେ ମିଳିପାରିବ? ଏହି ଟିକା ଦାୟୀତ୍ୱରେ ରହିଥିବା ସେରମ୍ କମ୍ପାନି ଅଧିକ ଟିକା ଉତ୍ପାଦନ ଲାଗି କେନ୍ଦ୍ରସରକାରଙ୍କଠାରୁ ଆଗୁଆ ୩ ହଜାର କୋଟି ଟଙ୍କା ମାଗିଛନ୍ତି । ତେଣୁ ଏଠାରେ କୁହାଯାୟୀପ।ରେ ଯେ, ସାରା ଦେଶପାଇଁ କରୋନାର ଦ୍ୱିତୀୟ ଲହର୍ ବଡ ବୟଙ୍କର ସୃଷ୍ଟି କରିବ କି? ସଂକ୍ଷିପ୍ତରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ପ୍ରତ୍ୟେକ ବ୍ୟକ୍ତି ନିଜ ଆଡୁ ସଂକ୍ରମଣଠାରୁ ଦୁରେଇ ରହିବା ଲାଗି ସଦାସର୍ବଦା ମାସ୍କ ପିନ୍ଧିବା ସହିତ ଅତି କମରେ କରୋନା ପୀଡିତଙ୍କ ଠାରୁ ଦୁରେଇ ରହିବା ଏବଂ ଗହଳି ପରିପୁର୍ଣ୍ଣ ସ୍ଥାନକୁ ନଯିବା ଜରୁରୀ । ଯଦି ତାହା ନହୁଏ, ତେବେ ଦ୍ୱିତୀୟ ଲହରରୁ ଏହା ତୃତୀୟ ଓ ଚତୁର୍ଥ ଲହରର୍କୁ ଯିବା ଅସମ୍ଭବ ନୁହେଁ । କେବଳ ସେତିକି ନୁହେଁ, ଶିଶୁମାନଙ୍କୁ ପ୍ରତି ପରିବାର କରୋନାଠାରୁ ଦୁରେଇ ରଖିବା ନିତ୍ୟାନ୍ତ ଆବଶ୍ୟକ ।

Leave A Reply

Your email address will not be published.

seventeen − nine =