କଲମ୍ବୋ: ‘ମିସେସ୍ ଶ୍ରୀଲଙ୍କା’ ଟାଇଟଲ୍ ବିଜୟିନୀ ପୁଷ୍ପିକା ଡି ସିଲଭାଙ୍କ ମୁଣ୍ଡରୁ ମୁକୁଟ କାଢ଼ିନେବା ମାମଲାରେ ୨୦୧୯ର ‘ମିସେସ୍ ୱର୍ଲଡ’ ଓ ପୂର୍ବର ‘ମିସେସ ଶ୍ରୀଲଙ୍କା’ ମୁକୁଟ ବିଜେତା କ୍ୟାରୋଲିନ ଜୁରି ଗିରଫ ହୋଇଛନ୍ତି । ପୁଷ୍ପିକାଙ୍କୁ ଅପମାନିତ କରିବା ଓ ମୁକୁଟ କାଢ଼ିବା ସମୟରେ ସେ ଆହତ ହେବ । ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । କ୍ୟାରୋଲିନ୍ଙ୍କ ସହଯୋଗୀ ତଥା ମଡେଲ ଚୁଲା ମାନମେନ୍ଦ୍ର ମଧ୍ୟ ସିନ୍ନାମେନ୍ ଗାର୍ଡନ୍ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଉସôବସ୍ଥଳ ନେଲୁମ ପୋକୁନା ମହିନ୍ଦା ରାଜପକ୍ଷେ ଥିଏଟରର ପେଣ୍ଡାଲ, ଡ୍ରେସିଂରୁମ୍ ଓ ଦର୍ପଣ ଆଦି କ୍ୟାରୋଲିନା ଓ ତାଙ୍କ ସହଯୋଗୀମାନେ ଭଙ୍ଗାରୁଜା କରିଥିବା ଅଭିଯୋଗ ମଧ୍ୟ ହୋଇଛି । ଅପରପକ୍ଷରେ ଆହତ ପୁଷ୍ପିକା ଆବଶ୍ୟକ ଚିକିସôା ପରେ ଏବେ ସୁସ୍ଥ ଅଛନ୍ତି । ଘଟଣା ସମ୍ପର୍କରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ତେବେ କ୍ୟାରୋଲିନା ଯଦି ସର୍ବସମ୍ମୁଖରେ କ୍ଷମାପ୍ରାର୍ଥନା କରନ୍ତି, ତେବେ ସେ ଅଭିଯୋଗ ପ୍ରତ୍ୟାହାର କରିନେବେ ବୋଲି ପୁଷ୍ପିକା ଗୁରୁବାର ଗଣମାଧ୍ୟମକୁ କହିଛନ୍ତି । କ୍ୟାରୋଲିନା ପୁଷ୍ପିକାଙ୍କ ଏଭଳି ପ୍ରସ୍ତାବକୁ ଆଗ୍ରହ୍ୟ କରିଥିବା ବେଳେ ସ୍ଥାନୀୟ ଅଦାଲାତରେ ମାମଲାର ଶୁଣାଣି ଆସନ୍ତା ସପ୍ତାହକୁ ଧାର୍ଯ୍ୟ ହୋଇଛି । ରବିବାର କଲମ୍ବୋରେ ଆୟୋଜିତ ଉସôବରେ କ୍ୟାରୋଲିନ ଅପ୍ରତ୍ୟାଶିତ ଭାବେ ପୁଷ୍ପିକାଙ୍କ ମୁଣ୍ଡରୁ ମୁକୁଟ କାଢ଼ି ନେଇ ରନର୍ସ ଅପ୍ ହୋଇଥିବା ପ୍ରତିଦ୍ୱନ୍ଦ୍ୱୀଙ୍କୁ ମୁକୁଟ ପିନ୍ଧାଇଥିଲେ । ‘ପୁଷ୍ପିକା ଛାଡ଼ପତ୍ର ପାଇଥିବାରୁ ‘ମିସେସ୍ ଶ୍ରୀଲଙ୍କା’ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଯୋଗ୍ୟ ନୁହନ୍ତି । ତାଙ୍କୁ ଏହି ଟାଇଟଲ ମିଳିପାରିବ ନାହିଁ ବୋଲି ସେ କହିଥିଲେ । ଏହି ଘଟଣା ଉପସ୍ଥିତ ଜନତାଙ୍କୁ ହତାବାକ୍ କରିଦେଇଥିଲା । ପୁଷ୍ପିକା କାନ୍ଦିକାନ୍ଦି ଉସôବସ୍ଥଳ ଛାଡି ଚାଲି ଯାଇଥିଲେ । ସେ ଘଟଣାକୁ ଅନୁଚିତ୍ ଓ ଅପମାନଜନକ ବୋଲି ଦର୍ଶାଇଥିଲେ । ଏଭଳି ଅପମାନ ପାଇଁ ସେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ । ଅବଶ୍ୟ ପରେ କାଲିଫର୍ଣ୍ଣିଆ କମ୍ପାନୀ ପୁଷ୍ପିକାଙ୍କୁ ପୁନର୍ବାର ଟାଇଟଲ୍ ପ୍ରଦାନ କରିଥିଲେ ।