ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାରିପଦା: ଟ୍ରେନ ଧକାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଭୟଙ୍କର ଓ ଦୁଃଖଦ ଘଟଣା ବାରିପଦା ସହର ଦେଇ ଯାଇଥିବା ସୁନଗଡ଼ିଆ ଗଳା ପୋଲ ରେଳ ଧାରଣା ଉପରେ ଘଟିଛି । ସୂଚନା ଯୋଗ୍ୟ ବୁଧବାର ରାତ୍ରି ୧୦ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବାଙ୍ଗିରିପୋଷି ସୁଫରଫାଷ୍ଟ ଟ୍ରେନ ବାରିପଦା ଷ୍ଟେସନ ଛାଡିବାର ଏକ କିଲୋମିଟର ଦୁରରେ ଜଣକୁ ଧକ୍କା ଦେଇଥିବାବେଳେ ଘଟଣାସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମୃତକ ଜଣକ ରେଳ ଲାଇନ ଉପରେ ବସିଥିଲେ ଓ ଅଚାନକ ଟ୍ରେନ ଆସିବାରୁ ସେ ଜାଣିପାରିନଥିବାରୁ ଏଭଳି ଭୟଙ୍କର ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଥିଲେ । ତେବେ କିଛି ସମୟ ବ୍ୟବଧାନରେ ପୁଣି ରୂପସା-ବାଙ୍ଗରିପୋଷି ଟ୍ରେନ ଆସି ଯୁବକର ମୃତ ଶରୀର ଉପରେ ପୁନଶ୍ଚ ଚାଲି ଯାଇଥିଲା । ଘଟଣା ସ୍ଥଳରେ ବାରିପଦା ପୋଲିସ କିମ୍ବା ରେଳବାଇ ପୋଲିସ ପହଞ୍ଚି ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ମୃତକ ଜଣକ ସ୍ଥାନୀୟ ଅଞ୍ଚଳ ସୁନଗଡ଼ିଆ ସାହିର ଗଗନ ଦାସ(୨୯) ହୋଇଥିଲା ବେଳେ ପୈତୃକ ଗ୍ରାମ ଖୁଣ୍ଟାର ଟିକରପଡା ବୋଲି ରେଳବାଇ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତରୁ ପ୍ରକାଶ । ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ସେ ପରିବାର ସହିତ ରହୁଥିଲେ । ଏନେଇ ବାଲେଶ୍ୱର ଜିଆରପିଏଫ ଥାନା ଅଧୀନରେ ୧୭/୨୧ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.

10 + 18 =