ଘୁଞ୍ଚିବନି ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ନିର୍ଦ୍ଧାରିତ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ । ଦଶମ ଓ ଯୁକ୍ତ ୨ ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତେବେ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ ସେ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ତାହା ସ୍ଥିର ହୋଇନାହିଁ । ଯେହେତୁ ନବମ ଶ୍ରେଣୀ ପାଠପଢା ବନ୍ଦ ରହିଛି ତେଣୁ ପରୀକ୍ଷା କଥା ସ୍ଥିର ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ କରୋନା ସ୍ଥିତି ଉଦ୍ବେଗଜନକ ରହିଛି । କୋଭିଡ୍ ନିୟମ ଉଲ୍ଳଘଂନ ଅଭିଯୋଗରେ ପ୍ରତିଦିନ ପ୍ରଶାସନ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସିଲ୍ କରାଯାଉଛି । ତେଣୁ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ତଥା ମାଟି୍ରକ୍ ଓ ଯୁକ୍ତ ଦୁଇ ପରୀକ୍ଷା ହେବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟିକରଣ ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିଦ୍ଧାରିତ ସମୟରେ ହେବ । ଅଧିକ ପରୀକ୍ଷା କେନ୍ଦ୍ର କରାଯାଇ ପରୀକ୍ଷା କରାଯିବ । ତେଣୁ ମାଟି୍ରକ୍ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବ ନିଦ୍ଧାରିତ ସମୟରେ ଅନୁଷ୍ଠିତ ହେବ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ । ମେ’ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ତଥା ମାଟି୍ରକ୍ ପରୀକ୍ଷା ହେବ । ସେହିପରି ମେ’ ୧୮ରୁ ଜୁନ୍ ୧୨ ପର୍ଯ୍ୟନ୍ତ ଦ୍ୱାଦଶ ତଥା ଯୁକ୍ତ ୨ ପରୀକ୍ଷା ହେବ । ତେଣୁ ମାଟି୍ରକ୍ ଓ ଯୁକ୍ତ ୨ ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

eighteen − 10 =