ରାଜ୍ୟରେ ମାଡିଚାଲିଛି କରୋନା

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରରେ ରାଜ୍ୟରେ ଆଜି ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି । ଆଜି ଦିନକରେ ୧୨୮୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୭୫୫ ଜଣ କ୍ୱାରେଂଟାଇନ୍ରେ ଚିହ୍ନଟ ହୋଇଥିଲା ବେଳେ ୫୨୭ଟି ଜଣ ସ୍ଥାନିୟ ଆକ୍ରାନ୍ତ । ଗତକାଲି ତୁଳନାରେ ରାଜ୍ୟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୪୦% ବୃଦ୍ଧି ପାଇଛି । ରାଜ୍ୟରେ ସଂକ୍ରମଣ ଏବେ ମାଡିଚାଲିଥିବା ଏଥିରୁ ସ୍ପଷ୍ଟ ହୋଇଛି ।
ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୨ ଓ କଳାହାଣ୍ଡିରୁ ୧୦୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ ଜିଲ୍ଲାରୁ ୮୪ ଜଣ, ନୂଆପଡା ଓ ସମ୍ବଲପୁର ଜିଲ୍ଲାରୁ ୮୨ ଜଣ ଲେଖାଁଏ , ଅନୁଗୁଳ ଜିଲ୍ଲାରୁ ୪୯ ଜଣ, ବାଲେଶ୍ୱରରୁ ୧୦, ଭଦ୍ରକରୁ ୨୪, ବଲାଙ୍ଗୀରରୁ ୪୫, କଟକରୁ ୬୩, ଦେବଗଡରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ ୩୨, ଜଗତସିଂହପୁରରୁ ୩, ଯାଜପୁରରୁ ୨୬, ଝାରସୁଗୁଡାରୁ ୩୬, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୬, କୋରାପୁଟରୁ ୮, ମୟୁରଭଞ୍ଜରୁ ୫୨, ନବରଙ୍ଗପୁରରୁ ୨୭, ନୟାଗଡରୁ ୧୦, ପୁରୀରୁ ୨୮, ରାୟଗଡାରୁ ୧୫ ଓ ସୋନପୁରରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲ୍ରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି ।
ଫଳରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୩,୪୬,୮୦୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩,୩୮,୩୯୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୫,୯୪୧ ଜଣ ଚିକିସôାଧୀନ ଅଛନ୍ତି । ସେହିପରି କରୋନାରେ ଗଞ୍ଜାମ ଜିଲ୍ଲାରୁ ଆଉ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୯୨୪ରେ ପହଞ୍ଚି ଯାଇଛି । କେବଳ ଗଞ୍ଜାମ ଜିଲ୍ଲାରେ ଏଯାବତ୍ କରୋନାରେ ୨୪୯ ଜଣଙ୍କ ମୃତୁ୍ୟ ହୋଇସାରିଲାଣି ।

Leave A Reply

Your email address will not be published.

5 × 4 =