ମାଗିଲେ ୨୫ଲକ୍ଷ : ମିଳିଲା ୨.୫ଲକ୍ଷ କୋଭାସିଲ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆଜି ଅଢେଇ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଛି । ତେବେ ଟିକା ପହଞ୍ଚିବା ପରେ ସବୁ ଜିଲ୍ଲାକୁ ଟିକା ପଠାଇଦିଆଯାଇଛି ବୋଲି ସ୍ୱାସ୍ଥ୍ୟବିଭାଗର ଜଣେ ବରିÂ ଅଧିକାରୀ କହିଛନ୍ତି । ତେବେ ରାଜ୍ୟ ୨୫ ଲକ୍ଷ ଟିକା ପଠାଇବା ପାଇଁ ଦାବି କରିଥିଲା ବେଳେ ମିଳିଛି ମାତ୍ର ୨ଲକ୍ଷ ୫୦ହଜାର ଟିକା ।
ବର୍ତମାନ ରାଜ୍ୟରେ ଟିକାକରଣ ପାଇଁ ଟିକାର ଅଭାବ ରହିଥିବା ବେଳେ ଏହି ଟିକା ପହଞ୍ଚିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆସନ୍ତାକାଲି ରାଜ୍ୟର ସମସ୍ତ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଆସନ୍ତାକାଲି ଠାରୁ ଏପ୍ରିଲ ୧୪ ଯାଏ ପାଳିତ ହେବ ଟିକା ଉସôବ । ତେଣୁ ଟିକା ଉସôବକୁ ସଫଳ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖ୍ôଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛି । ଚିଠିରେ ତୁରନ୍ତ ରାଜ୍ୟ ସରକାରଙ୍କୁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ୍ ପଠାଇବାକୁ ଅନୁରୋଧ କରାଯାଇଛି ।
ଆଗକୁ ଦୈନିକ ୩ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କମ୍ ଟିକା ଯୋଗାଣ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖା ଦେଇଛି । ଅନ୍ୟପଟେ ସାରା ଦେଶରେ ଏପ୍ରିଲ୍ ୧୧ ତାରିଖରୁ ଏପ୍ରିଲ୍ ୧୪ ତାରିଖ ଯାଏ ଟିକା ଉସôବ ପାଳିତ ହେବ । ତେଣୁ ଟିକା ଉସôବକୁ ସଫଳ କରିବା ପାଇଁ ତୁରନ୍ତ ଟିକା ଯୋଗାଇବାକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.

seven + two =