ଦେଶରେ ୧ଲକ୍ଷ ୬୮ ହଜାର ଆକ୍ରାନ୍ତ, ୯୦୪ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦିନକୁ ଦନ ଭୟଙ୍କର ହେବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ମୋଟ୍ ୧କୋଟି ୩୫ଲକ୍ଷ ୨୭ହଜାର ୭୧୭ରେ ପହଞ୍ଚିଛି । ସେହିପରି ଦେଶରେ ଗୋଟିଏ ଦିନରେ ୯୦୪ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ମୋଟ୍ ମୃତୁ୍ୟ ସଂଖ୍ୟା ୧ଲକ୍ଷ ୭୦ ହଜାର ୧୭୯କୁ ବୃଦ୍ଧି ପାଇଛି ।
ବର୍ତମାନ ଦେଶରେ ୧୨ ଲକ୍ଷ ୧ହଜାର ୯ ସକ୍ରିୟ ରୋଗୀ ରହିଥିବାବେଳେ ୧କୋଟି ୨୧ ଲକ୍ଷ ୫୬ହଜାର ୫୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଦେଶରେ କରୋନା ଟିକାକରଣ ଜାରି ରହିଥିଲେ ହେଁ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ନେଇ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଗତ ରବିବାର ୨୯ ଲକ୍ଷ ୩୩ହଜାର ୪୧୮ ଜଣଙ୍କୁ ଟିକା ଦିଆଯାଇଛି । ବର୍ତମାନ ସୁଦ୍ଧା ଦେଶରେ ୧୦ କୋଟି ୪୫ ଲକ୍ଷ ୨୮ ହଜାର ୫୬୫ ଜଣଙ୍କୁ ଟିକାକରଣ କରାଯାଇଛି ।

Leave A Reply

Your email address will not be published.

5 × five =