ସୁଶିଲ୍ ଚନ୍ଦ୍ର ପରବର୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ର ଦେଶର ପରବର୍ତୀ ମୁଖ୍ୟ ନିର୍ବାଚନ କମିଶନ (ସିଇସି) ହେବେ । ନିର୍ବାଚନ ଆୟୋଗରେ ସବୁଠୁ ବରିଷ୍ଠ ଆୟୁକ୍ତଙ୍କୁ ସିଇସି ଭାବେ ନିଯୁକ୍ତ କରିବାର ପରମ୍ପରା ରହି ଆସିଥିବାରୁ ମୁଖ୍ୟ ନିର୍ବାଚନ କମିଶନ ଭାବେ ସୁଶୀଲ ଚନ୍ଦ୍ରଙ୍କ ନାମକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିବା ଜଣାପଡିଛି । ତାଙ୍କୁ ସିଇସି ଭାବେ ନିଯୁକ୍ତ କରାଯିବା ସମ୍ପର୍କରେ ଯେ, କୌଣସି ସମୟରେ ସରକାର ଆଦେଶ ଜାରି କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଆସନ୍ତା ୧୩ ତାରିଖରେ ବର୍ତମାନର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଅବସର ଗ୍ରହଣ କରିବେ । ଥିବାରୁ ସୁଶୀଲ ଏହି ଦିନ ସିଇସି ପଦବୀ ଗ୍ରହଣ କରିବେ । ଆସନ୍ତା ୨୦୨୨ ମେ ୧୪ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ । ନିର୍ବାଚନ ଆୟୋଗକୁ ଆସିବା ପୂର୍ବରୁ ସେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କରବୋର୍ଡର ଅଧ୍ୟକ୍ଷ ଥିଲେ । ଉଲ୍ଲେଖଯୋଗ୍ୟ, ଲୋକ ସଭା ନିର୍ବାଚନ ପୂର୍ବରୁ ୨୦୧୯ ଫେବୃଆରୀ ୧୪ରେ ସୁଶୀଲ ଚନ୍ଦ୍ରଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଥିଲା ।

Leave A Reply

Your email address will not be published.

nine − two =