ବାରିପଦା : ମୟୂରଭଞ୍ଜ ଜିଲ୍ଲା ରରୁଆଁ ଅନ୍ତର୍ଗତ ଗୟଳଚେଟୁଆ ଗ୍ରାମରେ ଜନୈକ ବ୍ୟକ୍ତି ବଜ୍ରାଘାତରେ ମୃତ୍ୟୁବରଣ କରିଥିବାର ଖବର ମିଳିଛି । ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଘଡଘଡି ସହିତ ବର୍ଷା ହୋଇଥିଲା । ତେବେ ସୁନା (୫୫) ଗାଧୋଇ ବାକୁ ଯାଇଥିବା ବେଳେ, ହଠାତ ବର୍ଷା ଘଡଘଡି ହେବାରୁ ଫେରିପାରି ନଥିଲେ । ସେଠାରେ ବଜ୍ରାଘାତ ହେବାରୁ ସୁନା ଘଟଣା ସ୍ଥଳରେ ଟଳିପଡିଥିଲେ । ତେବେ ସ୍ଥାନୀୟ ଲୋକେ ବଜ୍ରାଘାତରେ ସୁନାଙ୍କର ମୃତ୍ୟୁ ହୋଇଥିବା ଧେଖି ସ୍ଥାନୀୟ ପୋଲିସ ଓ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିବାର ଜଣାଯାଇଛି ।