ସମସ୍ତ ଧର୍ମାନୁଷ୍ଠାନ ୭ଦିନ ବନ୍ଦ : ଗଞ୍ଜାମ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗଞ୍ଜାମରେ ନୂଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ର ବେଳାଭୂମି, ପଡିଆ ଓ ବିଭିନ୍ନ ହ୍ରଦକୁ ୭ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଆସନ୍ତାକାଲିଠାରୁ ଏହି କଟକଣା ଜାରି ହେବ । ଏହି ସମୟରେ ସମ୍ପୃକ୍ତ ସ୍ଥାନଗୁଡିକୁ ବିଶୋଧନ କରାଯିବ । ଆସନ୍ତା ୨୧ ତାରିଖ ଯାଏ ଏଏହି କଟକଣା ବଳବତର ରହିବ । ସେହିଭଳି ସର୍ବସାଧାରଣ ସ୍ଥାନରେ ବି ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ୮୦ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଅସ୍ଥାୟୀ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ ହୋଇ ସାରିଛି । ଏହାଛଡା ହିଞ୍ଜିଳିକାଟୁ, ଆସ୍କା, ଭଞ୍ଜନଗର ଓ ବ୍ରହ୍ମପୁରଠାରେ କୋଭିଡ୍ କେୟାର ସେଂଟରକୁ କାର୍ଯ୍ୟକ୍ଷମ କରାଯାଇଛି । ଠିକ୍ ସେହିପରି ବ୍ରହ୍ମପୁରଠାରେ ଏମ୍କେସିଜି କୋଭିଡ୍ ହସ୍ପିଟାଲ୍କୁ ପୁନର୍ବାର ଖୋଲାଯାଇଛି । ଖୁବ୍ ଶୀଘ୍ର ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ମଧ୍ୟ କାର୍ଯ୍ୟକ୍ଷମ ହେବ ବେଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇ କହିଛନ୍ତିି ।

Leave A Reply

Your email address will not be published.

three × three =