ଲକଡାଉନ ପରେ ସ୍କୁଲ ଖୋଲିବା ପାଇଁ ଓଷ୍ଟାର ଦାବି

ଭୁବନେଶ୍ୱର- କରୋନା ଲକଡାଉନ ପ୍ରଭାବରେ ସବୁଠୁ ଅଧିକ କ୍ଷତି ହୋଇଛି ଶିକ୍ଷା ବିଭାଗ ।ତେଣୁ ଲକଡାଉନ ପରେ ତୁରନ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କୁ ଦାବି କରିଛନ୍ତି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି । କରୋନା ମୁକାବିଲା ପାଇଁ ସ୍କୁଲ ଘର କ୍ୱାରେଂଟାଇନ ସେଂଟର କରାଯାଇଛି । ଯାହାଫଳରେ ଛାତ୍ରଛାତୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ତେବେ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ତୁରନ୍ତ ସ୍କୁଲ ବ୍ୟବସ୍ଥା କରିବା ଉଚିତ । ଏତଦ୍ ବ୍ୟତିତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାୟନ କରିବାକୁ ଆସୁଥିବା ମୂଲ୍ୟାୟନକାରୀଙ୍କ ପାଇଁ ଯାତାୟତର ବ୍ୟବସ୍ଥା କରିବା ପାଇଁ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.

17 − five =