ମୁମ୍ବାଇ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଲକ୍ଡାଉନ୍ ଆଶଙ୍କାରେ ପ୍ରବାସୀ ଶ୍ରମିକ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ, କେରଳରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଏବେ ନିଜ ନିଜ ଜନ୍ମସ୍ଥାନକୁ ଫେରିବା ପାଇଁ ରେଳ ଷ୍ଟେସନ୍ରେ ନାହିଁ ନଥିବା ଭିଡ ସୃଷ୍ଟି କରିଛନ୍ତି । ଏଭଳି ଦୃଶ୍ୟ ମୁମ୍ବାଇ ଷ୍ଟେସନ୍ରେ ଦେଖିବାକୁ ମିଳିଛି । ହଜାର ହଜାର ପ୍ରବାସୀ ଶ୍ରମିକ ନିଜ ଗ୍ରାମକୁ ଫେରିବା ପାଇଁ ରେଳ ଷ୍ଟେସନ୍ରେ ଭିଡ ଜମାଇଛନ୍ତି ।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଏବେ ସଂକ୍ରମଣ ଉଦ୍ବେଗଜନକ ହୋଇପଡିଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟସରକାର ଆଜି ରାତି ୮ଟାରୁ ୧୫ ଦିନ ପାଇଁ ୧୪୪ ଧାାରା (ଜନତା କର୍ଫୁ୍ୟ)ଜାରି କରିଛନ୍ତି । ବିନା କାରଣରେ ଘରୁ ନବାହାରିବା ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କୁ କଡା ଚେତାବନୀ ଦେଇଛନ୍ତି । ଆଜି ଠାରୁ ମହାରାଷ୍ଟ୍ରରେ ୧୫ ଦିନ ପାଇଁ ଏକ ପ୍ରକାରର ଲକ୍ଡାଉନ୍ ଆରମ୍ଭ ହୋଇଥିବାରୁ ରେଳ ଷ୍ଟେସନ୍ରେ ଜବରଦସ୍ତ ଭିଡ ଦେଖିବାକୁ ମିଳିଛି । ସମସ୍ତ ପ୍ରବାସୀ ଏବେ ପୁଣିଥରେ ଜୀବିକା ଛାଡି ଜୀବନ ଭୟରେ ଗାଁ ମୁହାଁ ହୋଇଥିବା ଦେଖିବାକୁ ମିଳିଛି ।
ମହାରାଷ୍ଟ୍ର ଏବଂ ପୁଣେରେ ଥିବା ରେଳ ଷ୍ଟେ୍ରସନ୍ରେ ଭିଡ ଜମିବା ପରେ ଏବେ ପୁଣିଥରେ କରୋନା ଗାଁ ଆଡକୁ ବିସ୍ତାର କରିବ ବୋଲି ଆଶଙ୍କା ରହିଛି । କାରଣ ଗତବର୍ଷ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଲକ୍ଡାଉନ୍ ପାଇଁ ଗାଁ ମୁହାଁ ହୋଇଥିଲା । ଆଉ କ୍ରମଶଃ ଗାଁ ଗୁଡିକରେ କରୋନା ବ୍ୟାପିଥିଲା ।
ଉତରପ୍ରଦେଶ ବାରଣାସୀର ଜଣେ ପ୍ରବାସୀ ଶିବମ ପାଣ୍ଡେ କହିଛନ୍ତି ଯେ, ପୂର୍ବଥର ସେ ଲକ୍ଡାଉନ୍ ବେଳେ ଏଠାରେ ରହିଯାଇଥିଲେ । ହେଲେ ଜୀବିକା ବନ୍ଦ ହେବା ପରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେଣୁ ଏବେ କୋଭିଡ୍ ବ୍ୟାପିଲାଣି । ଆସନ୍ତା ୧୫ ଦିନ ପାଇଁ ବିଭିନ୍ନ ନିୟମ କଡାକଡି ମଧ୍ୟ ହୋଇଛି । ଗତବର୍ଷ ପରି ଅସୁବିଧାର ସମ୍ମୁଖୀନ ନହେବାକୁ ସେ ଘରକୁ ବାହାରିଛନ୍ତି ବୋଲି କହିଛନ୍ତି ।
ସେହିପରି ପୁଣେ ସ୍ଥିତ ଫେଡେରେସନ୍ ଅଫ୍ ଚକନ୍ ଇଣ୍ଡଷ୍ଟ୍ରିସଜର ସେକ୍ରେଟାରୀ ଦିଲେଇ ବଟୱାଲ କହିଛନ୍ତି, ଶିଳ୍ପାଞ୍ଚଳରେ ମୋଟ୍ ୫ଲକ୍ଷ ଶ୍ରମିକ କାମ କରନ୍ତି । ସେଥିମଧ୍ୟରୁ ୧୦ ପ୍ରତିଶତ ଏବେ ଘରକୁ ପଳାଇଛନ୍ତି । ଲକ୍ଡାଉନ୍ ଭୟରେ ପ୍ରବାସୀମାନେ ଗାଁକୁ ପଳାଉଛନ୍ତି ବୋଲି ସେ କହିଛନ୍ତି । ଲକ୍ଡାଉନ୍ ନେଇ ଚର୍ଚ୍ଚର୍ା ଆରମ୍ଭ ହେବା ପରେ ସପ୍ତାହକ ମଧ୍ୟରେ ଏହି ସବୁ ପ୍ରବାସୀ ଶ୍ରମିକ ଘରକୁ ପଳାଇଥିବା କହିଛନ୍ତି ।
ପ୍ରବାସୀ ଶ୍ରମିକଙ୍କୁ ଆତଙ୍କିତ ନହୋଇ ଧୌର୍ଯ୍ୟ ରଖିବାକୁ କହିଛି । ସମସ୍ତ ଶିଳ୍ପ ସଂସ୍ଥା ଶ୍ରମିକଙ୍କ ପାଇଁ ଆବଶ୍ୟକ ଚିକିସôା ଯୋଗାଇ ଦେବା ଦରକାର ବୋଲି ଏହି ସଂସ୍ଥା କହିଛି ।
ସୂଚନାଯୋଗ୍ୟ, ବିଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ୬୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଆଜିଠାରୁ ସାରା ରାଜ୍ୟରେ ୧୪୪ ଧାରା ଲାଗୁ େ ହବ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘୋଷଣା କରିଛନ୍ତି । ଆଜି ରାତି ୮ଟାରୁ ଏହି କଟକଣା ଆସନ୍ତା ୧୫ ଦିନ ପାଇଁ ଲାଗୁ ହେବ ।