ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୨ଟି ଜିଲ୍ଲାରେ ଝଡତୋଫାନ ହେବାର ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୨ଟି ଜିଲ୍ଲାରେ ଝଡତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା – କୋରାପୁଟ , ମାଲକାନଗିରି , ନବରଙ୍ଗପୁର , କଳାହାଣ୍ଡି , ନୂଆପଡା, ବରଗଡ, ସୋନପୁର, ସମ୍ବଲପୁର, ଘାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ । ଆଜିଠୁ କାଲି ସକାଳ ୮ଟା ପର୍ଯ୍ୟନ୍ତ ଏହି ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି । ଏହାସହ ଏହି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି । ତେବେ ଆସନ୍ତା ୫ଦିନ ପାଇଁ ରାଜ୍ୟରେ କେମିତି ରହିବ ପାଣିପାଗ ସେନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍ . ବିଶ୍ୱାସ ଗତକାଲି ସୂଚନା ଦେଇ କହିଥିଲେ ଆସନ୍ତା ୫ଦିନରୁ ପ୍ରଥମ ଦୁଇ ଦିନ ଝଡତୋଫାନ ହୋଇପାରେ ।

Leave A Reply

Your email address will not be published.

twelve + eighteen =