ସଲମନ୍ ବିବାହ କରିଲେ ନାହିଁ କାହିଁକି ?

ମୁମ୍ବାଇ: ବଲିଓଡ଼ର ସୁପରଷ୍ଟାର ଯାହାଙ୍କୁ ଦବଙ୍ଗ ଖାନ୍ ବୋଲି ସମସ୍ତେ ଜାଣନ୍ତି । ସେହି ଦବଙ୍ଗ ଖାନ୍‌ଙ୍କ ବିବାହକୁ ନେଇ ସବୁବେଳେ ପ୍ରଶଂସକମାନେ ଉତ୍ସାହିତ ଥା’ନ୍ତି । ରିଲ୍ ଲାଇଫ୍‌ରେ ଅନେକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମଧ୍ୟ ରିୟଲ୍ ଲାଇଫରେ ସେ ଏ ପର୍ଯ୍ୟନ୍ତ ବ୍ୟାଚେଲର୍ ଅଛନ୍ତି । ପ୍ରକୃତରେ ସଲ୍‌ମନ୍ ବିବାହ କାହିଁକି କରିନାହାନ୍ତି ସେହି ରହସ୍ୟର ଖୋଲାସା ଏ ପର୍ଯ୍ୟନ୍ତ ହୋଇ ପାରିନହିଁ । ସବଙ୍ଗ ଖାନ୍ ବିବାହ ପାଇଁ ମନସ୍ତ କରିଥିଲେ । ଏପରିକି ବିବାହ କାର୍ଡ ମଧ୍ୟ ବାଣ୍ଟି ସାରିଥିଲେ । କିନ୍ତୁ ତାଙ୍କ ମନ ପରିବର୍ତ୍ତନ ହୋଇଯିବାରୁ ସେ ଅବିବାହିତ ରହିଗଲେ । ଏକଥା ଆମେ କହୁନୁ ଖୋଦ୍ ଦବଙ୍ଗ ଖାନ୍ ଏକ ଟିଭି ଶୋ’ରେ କହିଥିଲେ । ସେ କହିଥିଲେ ଯେ, ବିବାହ କରିବାକୁ ତାଙ୍କର ସମସ୍ତ ପ୍ରସ୍ତୁତି ସରିଥିଲା । କିନ୍ତୁ ତାଙ୍କର ମାନସିକତା ବଦଳିଯିବାରୁ ସେ ବିବାହ କରିବାକୁ ମନା କରି ଦେଇଥିଲେ । ସେହିପରି ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ସାଜିଦ୍ ନାଦିୟାଡ଼ୱାଲା ଏ ସମ୍ପର୍କରେ କିଛି ରୋଚକପୂର୍ଣ୍ଣ ତଥ୍ୟ ପ୍ରକାଶ କରିଥିଲେ । ସାଜିଦ୍ କହିଥିଲେ, ୧୯୯୯ ମସିହାରେ ସଲମାନ୍ ବିବାହକୁ ନେଇ ବେସ୍ ଅଗ୍ରହୀ ଥିଲେ । ଏଥିପାଇଁ ଝିଅ ମଧ୍ୟ ପସନ୍ଦ କରିସାରିଥିଲେ । ସଲମନ୍ ତାଙ୍କ ପିତାଙ୍କ ଜନ୍ମଦିନ ଅବସରରେ ବିବାହ କରିବାକୁ ତିଥି ମଧ୍ୟ ନିସ୍ପତ୍ତି ନିଆ ସରିଥିଲା । କିନ୍ତୁ ଯେତେବେଳେ ବିବାହ ସମୟ ନିକଟତର ହୋଇଥିଲା ତାଙ୍କର ବିବାହ କରିବାକୁ ମୋଡ଼ ନାହିଁ ବୋଲି କରିଥିଲେ । ତେଣୁ ତାଙ୍କର ବିବାହ ବନ୍ଦ ହୋଇଯାଇଥିଲା ।

Leave A Reply

Your email address will not be published.

ten + 5 =