ଅମାନିଆଙ୍କ ଠାରୁ ୨୬,୧୫, ୭୦୦ଟଙ୍କା ଜୋରିମାନା ଆଦାୟ

କଟକ: ଓଡ଼ିଶା ପୋଲିସ୍ ତରଫରୁ କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଅପ୍ରେଲ୍ ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଓଡ଼ିଶା ପୋଲିସ୍‌ର ସ୍ୱତନ୍ତ୍ର ଡ୍ରାଇଭ୍‌ର ଅଷ୍ଟମ ଦିନରେ ସମୁଦାୟ ୮ ହଜାର ୩୧୪ ଜଣ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ ୧୫ ହଜାର ୭୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହି ଆଠ ଦିନ ମଧ୍ୟରେ ମୋଟ ୮୩ ହଜାର ୩୯୧ ଜଣ ବ୍ୟକ୍ତିଙ୍କଠାରୁ ୨ କୋଟି ୪୩ଲକ୍ଷ ୬୪ ହଜାର ୯୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଅଷ୍ଟମ ଦିନରେ ସାମାଜିକ ଦୂରତା ବଜାୟ ରଖି ନ ଥିବା ୭୭୩ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୩୧ ହଜାର ୫୦୦ ଟଙ୍କା ଏବଂ ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୭ ହଜାର ୯୪୧ ଜଣ ବ୍ୟକ୍ତିଙ୍କଠାରୁ ୨୪ ଲକ୍ଷ ୮୪ ହଜାର ୨୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ କୋଭିଡ୍ କଟକଣାକୁ ଆହୁରି ଜୋରଦାର କରାଯିବ । କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପରିଧାନ ନିୟମକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପୋଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.

eighteen − 1 =