୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଆସନ୍ତା ୧୯ ତାରିଖ ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ଓ ଅଫ୍‌ଲାଇନ୍ ପାଠ ପଢା ବନ୍ଦ ଲାଗି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେହିପରି ୧୯ ତାରିଖ ସୁଦ୍ଧା ସମସ୍ତ ଛାତ୍ରାବାସ ବନ୍ଦ ସହ ଖାଲିକରିବାକୁ ମଧ୍ୟ ନିର୍ଦ୍ଦେଶ ନାମା ଜାରୀ ହୋଇଛି ।
ଅନ୍ୟପକ୍ଷରେ ସିଲାବସ୍ ଶେଷ ହେବା ପର୍ଯ୍ୟନ୍ତ ଅନ୍‌ଲାଇ୍‌ନ୍‌ରେ କ୍ଲାସ ଶେଷ ହେବ । ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଚାଲିବ ।

Leave A Reply

Your email address will not be published.

19 − eight =