ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧାବାର୍ଷିକୀ ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଝାରସୁଗୁଡ଼ା : ଓଡିଶାର ବରପୁତ୍ର, ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ର ସପ୍ତର୍ଷୀ ମହିଳା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଜୀବନ ବିନ୍ଦୁ ଓଡିଶା ମୋ ପରିବାର ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ବିଧାୟକ ତଥା ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ କିଶୋର କୁମାର ମହାନ୍ତି ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍‌୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମାନ୍ୟବର ବିଧାୟକ କୋରୋନା ମହାମାରୀ କୁ ମୁକାବିଲା କରିବା ପାଇଁ ସମାଜିକ ଦୂରତା ରକ୍ଷା କରିବା, ସର୍ବଦା ମାସ୍କ ବ୍‌ଯବହାର କରିବା, ବାରମ୍ବାର ସାବୁନ ରେ ହାତ ଧୋଇବା ପାଇଁ ସମସ୍ତଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ । ଏଥିରେ ମୋଟ ୩୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମର ତତ୍ୱାବଧାନ ଝାରସୁଗୁଡା ଜିଲ୍ଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ଶ୍ରୀ ତ୍ରୀନାଥ ଗୁଆଳ ଙ୍କ ଉପସ୍ଥିତିରେ ସଂପାଦନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ଶ୍ରୀ ବିଶ୍ୱନାଥ ନାୟକ (ମୁନା), ଲଖନପୁର ବ୍ଲକ ବିଜେଡି ସଭାପତି ରବିରତ୍ନ ପଧାନ , ଲଖନପୁର ବ୍ଲକ ଯୁବ ବିଜୁ ଜନତା ଦଳ ସଭାପତି ନରେଶ ଖମାରୀ , ବ୍ରଜରାଜନଗର ଟାଉନ୍ ସଭାପତି ରାଧାକାନ୍ତ ପ୍ରଧାନ, ବେଲପାହାଡ ବିଜେଡି ନଗର ସଭାପତି ଶ୍ରୀ କୈଳାଶ ନାୟକ , ଲଖନପୁର ବ୍ଲକ ବିଜେଡି ଛାତ୍ର ସଭାପତି ଝସକେତନ ବିଶ୍ୱାଲ, କୁଲମଣୀ ଦାସ,ଶ୍ରୀ ପିତାମ୍ବର ମିଶ୍ର,ଶ୍ରୀ ସଞ୍ଜିତ ପଧାନ, ଶ୍ରୀ ପ୍ରମୋଦ ଗଡତିଆ, ନରେନ୍ଦ୍ର ଗଡତିଆ, ସୁଜାତା ଦିଗଲ, ଦ୍ରୌପଦୀ ପଧାନ, ନଳିନୀ ସାହୁ, ଅଜିତ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଝାରସୁଗୁଡା ଜିଲ୍ଲା ବ୍ଳଡ ବ୍‌ଯାଙ୍କ ଅଧିକାରୀ ଡା. ଡିଲେଶ୍ୱର ମେହେର , ଶ୍ରୀ କିରନ କୁମାର ସାହୁ, ଭବାନୀଶଙ୍କର ସୁନାନୀ, ଦଳଗୋବିନ୍ଦ ଛଞ୍ଚାନ, ପ୍ରଶାନ୍ତ କୁମାର ମହାପାତ୍ର ରକ୍ତ ସଂଗ୍ରହ କରିଥିଲେ ।ସେହି ପରି ଝାରସୁଗୁଡ଼ା ବ୍ଲକ ଶ୍ରିପୁରା ଗ୍ରାମ ରେ ଅରବିନ୍ଦ ବାରିକ ଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନ ରେ ଆୟୋଜିତ ରକ୍ତଦାନ ଶିବିର ରେ ୬୨ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।

Leave A Reply

Your email address will not be published.

3 × 2 =