ପିଇଓଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନକ୍ସଳ ହିଂସା ଥମିବାର ନା ନେଉ ନାହିଁ । ଛତିାଗଡର କୌଣସି ନା କୌଣସି ଜିଲ୍ଲାରେ ନକ୍ସଲ ହିଂସା ଘଟାଇବାରେ ସଫଳ ହେଉଛନ୍ତି । ଗତକାଲି ରାତିରେ ନାରାୟଣପୁର ଜିଲ୍ଲାର ଆବୁଝମାଡ ଅରଛା ବ୍ଲକର ପୋଚାବାଡ ପଞ୍ଚାୟତର ପିଇଓ ହରକ ଚୌଧୁରୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ପଞ୍ଚାୟତ କାର୍ଯ୍ୟାଳୟରେ କାମ ସରିବା ବେଳକୁ ରାତି ହୋଇଯାଇଥିଲା । ପିଇଓ ଶ୍ରୀ ଚୌଧୁରୀ କାମ ସାରି ଘରକୁ ଫେରୁଥିବା ବେଳେ ରୋହତାଡ ଗ୍ରାମ ନିକଟରେ ନକ୍ସଲ ତାଙ୍କୁ ଅପହରଣ କରିନେଇଥିଲେ । ପିଇଓଙ୍କୁ ଜଙ୍ଗଲରେ ନେଇ ନିର୍ଦ୍ଧୁମ ପିଟିଥିଲେ । ପୋଲିସ୍ ଇନ୍‌ଫର୍ମର ସନ୍ଦେହ କରି ତାଙ୍କୁ ବେକ କାଟି ଦେଇଥିଲେ । ଶବକୁ ଜଙ୍ଗଲରେ ହିଁ ଫିଙ୍ଗି ଦେଇ ଗ୍ରାମବାସୀଙ୍କୁ ଏନେଇ ସୂଚନା ପ୍ରଦାନ କରିଥିଲେ । ଗ୍ରାମବାସୀ ପରେ ପୋଲିସକୁ ଖବର ଦେଇଥିଲେ । ପିଇଓ ଶ୍ରୀ ଚୌଧୁରୀଙ୍କ ଶବ ନିକଟରେ ପୋଷ୍ଟର ଫିଙ୍ଗିଥିବାର ଦେଖିବାକୁ ମିଳିଛି । ଅରଛା ଥାନା ଅଞ୍ଚଳର ଏହି ଘଟଣା ବୋଲି ଜଣାପଡିଛି ।

Leave A Reply

Your email address will not be published.

twelve − 3 =