ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଘର ନୂତନ କର୍ମକର୍ତ୍ତା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଏକ ସାଧାରଣ ବୈଠକ ବାରିପଦା ସ୍ଥିତ ସରକାରୀ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ହୋଇ ଥିବାର ଜଣାଯାଇଛି । ସଙ୍ଘରର ପୁର୍ବତନ ସଭାପତି ରବିନାରାୟଣ ମହାନ୍ତି ଓ ସମ୍ପାଦକ ଶିରିଷ ଚନ୍ଦ୍ର ସାହୁ ଅବସର ଗ୍ରହଣ କରିଥିବା ହେତୁ ନୂତନ କର୍ମକର୍ତ୍ତା ଚୟନ ହୋଇଥିବା ଜଣାପଡିଛି । ସଙ୍ଘର ନୂତନ ନିର୍ବାଚିତ ସଭାପତି ଭାବେ ରବି ନାରାୟଣ ପୃଷ୍ଟି, ଉପ ସଭାପତି ଭାବେ ଅନ୍ତର୍ଯ୍ୟାମୀ ସେଠୀ, ତାପସ କୁମାର ବାସକ, ଦିବ୍ୟଦର୍ଶନୀ ଖଟୁଆ, ବୀଣାକର ସାହୁ, ସାଧାରଣ ସମ୍ପାଦକ ଭାବେ ଗଙ୍ଗାଧର ସାହୁ, ଯୁଗ୍ମ ସମ୍ପାଦକ ଭାବେ ରତିକାନ୍ତ ସିଂ, କୋଷାଧ୍ୟକ୍ଷ ଭାବେ ଉତ୍ତମ କୁମାର ବେହେରା, କାଉନ୍ସିଲ ସଦସ୍ୟ ଭାବେ ସତ୍ୟରଞ୍ଜନ କର, ଉପଦେଷ୍ଟା ଭାବେ ଅର୍ଜୁନ ଚନ୍ଦ୍ର ମାହାନ୍ତି, କୃଷ୍ଣଚନ୍ଦ୍ର ଦାସ, ଅଭିରାମ ବେହେରା ପ୍ରମୁଖ ନିର୍ବାଚିତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ଅଧୀନରେ ଥିବା ସମସ୍ତ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନେଇ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସଭାପତି ରବିନାରାୟଣ ପୃଷ୍ଟି ଓ ସମ୍ପାଦକ ଗଙ୍ଗାଧର ସାହୁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.

thirteen − twelve =