ସ୍ୱେରେଜ ଅଘଟଣ : ମାମଲା ରୁଜୁ କଲେ ହାଇକୋର୍ଟ

କଟ: କଟକ ସହରର ସିଡିଏରେ ସ୍ୱେରେଜ୍ ଅଘଟଣ ନେଇ କ୍ଷତିଗ୍ରସ୍ତ ଓ ମୃତ ଶ୍ରମିକମାନଙ୍କ ଉପରେ ନିଜଆଡୁ ହାଇକୋର୍ଟ ଏକ ମମଲା ରୁଜୁ କରିବା ସହ ଉଭୟ କଟକ ଓ ଭୁବନେଶ୍ୱରରେ ବିନା ସୂରକ୍ଷା ବ୍ୟବସ୍ଥାରେ ଶ୍ରମିକମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ଲଗାଯାଉଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହିତ ଏହି ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତ୍ିପୂରଣ ଦେବାକୁୁ ଉଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୯ରେ ଭୁବନେଶ୍ୱରରେ ସ୍ୱେରେଜ୍ କାମ ସମୟରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତୁ୍ୟ ଘଟିଥିଲା । ଏହା ପରେ ଗତ ୧୫ ତାରିଖରେ କଟକ ସିଡିଏ ସେକ୍ଟର-୧୦ରେ ଅନୁରୂପ ଘଟଣା ଘଟିଥିଲା । ଏହି ଦୁଇଟି ଘଟଣାରେ ପୌଜଦାରି ମାମଲା ରୁଜୁ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହା ସହିତ କଟକ ଓ ଖୋର୍ଦ୍ଧା ଜିଲ୍ଲାବାଦ୍ ଏବଂ କଟକ କମିଶନଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ତତ୍ ସହିତ ତଦନ୍ତର ଷ୍ଟାଟର୍ସ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଏଥିରେ କୁହାଇଯାଇଛି । ଯଦି କୌଣସି ମୃତକ ଅନୁସୂଚିତ ଜାତି କିମ୍ବା ଜନଜାତି ବର୍ଗର ହୋଇଥାନ୍ତି, ତେବେ ଏସସି/ଏସଟି ଆଇନ୍ ଅନୁସାରେ ମାମଲା ରୁଜୁ କରିବାକୁ ହାଇକୋର୍ଟ କହିଛନ୍ତି ।

Leave A Reply

Your email address will not be published.

fifteen − 5 =