ରେଳମାଧ୍ୟମରେ ପହଞ୍ଚିବ ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: କରୋନା ସଂକଟ ବେଳେ ଅକ୍ସିଜେନ୍ର ଅଭାବକୁ ତୁରନ୍ତ ପୂରଣ କରିବା ଓ ସବୁ ମେଡିକାଲକୁ ସହଜରେ ଅକ୍ସିଜେନ୍ ଯୋଗାଇ ଦେବା ନେଇ କେନ୍ଦ୍ର ରେଳବାଇ ବିଭାଗ ପକ୍ଷରୁ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭାରତୀୟ ରେଳବାଇ ରେଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଅକ୍ସିଜେନ୍ ଯୋଗାଣ କରିବ । ଭାରତୀୟ ରେଳବାଇର ସର୍ବ ପ୍ରଥମ ‘ଅକ୍ସିଜେନ୍ ଏକ୍ସପ୍ରେସ’ ଆଜି ସନ୍ଧ୍ୟାରୁ ଚଳାଚଳ କରିବ ବୋଲି ଆଶା କରାଯାଇଛି । ରେଳବାଇର ଏକ ‘ରୋଡ-ଅନ୍-ରେଲ୍ -ଅଫ୍’ ବା (ଆରଓଆରଓ) ଟ୍ରେନ୍ ଦ୍ୱାରା ଅକ୍ସିଜେନ୍ ଟ୍ରକ୍ କିମ୍ବା ଟ୍ୟାଙ୍କରକୁ ନେଇ ଗନ୍ତବ୍ୟସ୍ତଳରେ ପହଞ୍ଚାଇବ ବୋଲି କେନ୍ଦ୍ରୀୟ ରେଳବାଇର ଅଧିକାରୀମାନେ କହିଛନ୍ତି । ଏହି ‘ଅକ୍ସିଜେନ୍ ଏକ୍ସପ୍ରେସ’ ମହାରାଷ୍ଟ୍ର ପାଲଘର ଜିଲ୍ଲା ଅନ୍ତର୍ଗତ ବୋଇସାର୍ ରେଳବାଇ ୟାର୍ଡରୁ ଚଳାଚଳ ଆରମ୍ଭ କରିବ ।
ସେଥିପାଇଁ ଆଜି ସକାଳେ କେନ୍ଦ୍ରୀୟ ରେଳବାଇର କାଲାମ୍ବୋଇ ରେଳବାଇ ୟାର୍ଡରେ ତରଳ ‘ଅକ୍ସିଜେନ୍’ ପରିବହନ ନିମନ୍ତେ ଖାଲି ଟ୍ୟାଙ୍କର ବୋଝେଇ କରାଯାଉଥିଲା । ଏହି ଟ୍ରେନ୍ ଆନ୍ଧ୍ୟପ୍ରଦେଶର ବିଶାଖାପାଟଣାରେ ଥିବା ଏକ ଇସ୍ପାତ କାରଖାନା ଅଭିଭୁଖେ ଯାତ୍ରା ଆରମ୍ଭ କରିବ । ସେଠାରେ ଟ୍ୟାଙ୍କରଗୁଡିକରେ ତରଳ ‘ଅକ୍ସିଜେନ୍’ ଭରାଯିବ । ତା’ପରେ ଉକ୍ତ ଟ୍ୟାଙ୍କରଗୁଡିକୁ ଫ୍ରେଟ୍ ୱାଗ୍ରେ ଲଦାଯାଇ ନାଭି ମୁମ୍ବାଇର କାଲାମ୍ବୋଲିକୁ ଅଣାଯିବ ।
ଏହି ‘ଅକ୍ସିଜେନ୍ ଏକ୍ସପ୍ରେସ’ର ଅବାଧ ଗମନା ଗମନ ନିମନ୍ତେ ଏକ ‘ଗ୍ରିନ୍ କରିଡର୍’ ଯୋଗାଇ ଦିଆଯିବ । ଏହାପରେ ‘ଅକ୍ସିଜେନ୍’ ଭରା ଟ୍ୟାଙ୍କରଗୁଡିକୁ ସଡକ ପଥରେ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳକୁ ପଠାଯିବ । ତରଳ ‘ଅକ୍ସିଜେନ୍’ ପରିବହନ ପାଇଁ ରେଳବାଇ ବୋଡର୍୍ ଅଧିକାରୀ ଏବଂ ରାଜ୍ୟ ପରିବହନ କମିସନରଙ୍କ ମଧ୍ୟରେ ବୈଠକ ବସିଥିବା କଥା ଏକ ସରକାରୀ ବିବୃତିରୁ ଜଣାପଡିଛି ।

Leave A Reply

Your email address will not be published.

10 − one =