ରାଜଧାନୀରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା

ଭୁବନେଶ୍ୱର: ରାଜଧାନୀରେ ପୁଣି ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ମନା । ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଗତବର୍ଷ ଭଳି ମନ୍ଦିର , ଚର୍ଚ୍ଚ, ମସ୍‌ଜିଦ୍‌ମାନଙ୍କରେ କେବଳ ଦୈନିକ ନୀତିକାନ୍ତି ପାଳନ ହେବ । ଭୁବନେଶ୍ୱରରେ ଗତ କିଛି ଦିନ ହେବ ସଂକ୍ରମଣ ଗ୍ରାଫକ ପୁଣି ଉପରମୁହାଁ ହୋଇଛି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଧର୍ମର ଧର୍ମଗୁରୁ , କର୍ମକର୍ତ୍ତାଙ୍କ ସହ ଭର୍ଚୁଆଲ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି

Leave A Reply

Your email address will not be published.

13 − one =