ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ କରୋନା ହୋଇନ୍ତି । ସେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ଏହା ପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ ଆସିଛି ବୋଲି ରହୁଲ କହିଛନ୍ତି । ରାହୁଲ କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ ଆସିଛି ରାହୁଲ କହିଛନ୍ତି । ରାହୁଲ ଆହୁରି କହିଛନ୍ତି, ନିକଟରେ ଯେଉଁ ବ୍ୟକ୍ତିମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ସମସ୍ତେ ନିଜକୁ ସୁରକ୍ଷିତ ରଖିବା ସହିତ ପରୀକ୍ଷା କରାଇନେବାକୁ ରାହୁଲ ଅନୁରୋଧ କରିଛନ୍ତି ।