କଟକ: ଉତରାଖଣ୍ଡର ହରିଦ୍ୱାରରେ ଅନିଷ୍ଟିତ କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ ଭକ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି । ହରିଦ୍ୱାରୁ ଫେରିଥିବା ଭକ୍ତମାନଙ୍କ ୩୦ଟି ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ରେଳ ଷ୍ଟେସନରେ ଯାଂଚ ବେଳେ ପଜିଟିଭ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
କୁମ୍ଭମେଳାକୁ ଯାଇଥିବା ଲୋକଙ୍କୁ ନେଇ ରାଜ୍ୟ ସରକାର ପୂର୍ବରୁ ଚିନ୍ତା ପ୍ରକଟ କରିଥିଲେ । ରାଜ୍ୟକୁ ଫେରିବା ପାଇଁ କରୋନା ଆଂଟିଜେନ୍ ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା । ଆଉ ଏବେ କୁମ୍ଭ ମେଳାରୁ ଫେରିଥିବା ୩୦ ଜଣ ଲୋକଙ୍କ ମଧ୍ୟରୁ ୧୩ ଜଣ ଲୋକ କରୋନା ପଜିଟିଭ ଆସିବା, ନିହାତି ଭାବେ ଚିନ୍ତାଜନକ ବିଷୟ ।