ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ସଚେତନତା ଅଭିଯାନ

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍ ୟୁନିଟ୍, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ) ପକ୍ଷରୁ ବାଣୀବିହାର କ୍ୟାମ୍ପସ ମଧ୍ୟରେ ଏକ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ କୁଳସଚିବ ଡ. ଅଭୟ କୁମାର ନାୟକ ଉତ୍କଳ ବିଶ୍ୱବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍ ଏନ୍ଏସଏସ ୟୁନିଟ୍ ର ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି । ପ୍ରୋଗ୍ରାମ ଅଫିସର୍ ଡ. କୀର୍ତି ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ସଫେଇ କର୍ମଚାରୀ ସମୂହ ଓ ହଷ୍ଟେଲ କର୍ମଚାରୀଙ୍କ ସମେତ ବାଣୀବିହାର ପରିସରରେ ଥିବା ଗୋବିନ୍ଦ ସାହୁ ମାର୍କେଟ କମ୍ପେ୍ଲrର ଦୋକାନୀମାନଙ୍କୁ ମାସ୍କ ବଂଟନ କରିଥିଲେ । ଏହି ଅବରସରରେ କରନାର ଦ୍ୱିତୀୟ ସଂକ୍ରମଣର ଭୟାବହତା ଏବଂ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମାସ୍କ୍ ପିନ୍ଧିବା, ସ୍ୱଚ୍ଛତା ରକ୍ଷା କରିବା ଏବଂ ସାମାଜିକ ଦୁରତ୍ୱ ପାଳନ କରିବା ପାଇଁ ବାଣୀବିହାର କ୍ୟାମ୍ପସ୍ ରେ ସଚେତନତା ସୃଷ୍ଟି କରାଯାଇଥିଲା । ବର୍ତମାନର କଠିନ ପରିସ୍ଥିତିରୁ ବର୍ତିବା ପାଇଁ ମାସ୍କର ବ୍ୟବହାର ଅପରିହାର୍ଯ୍ୟ ବୋଲି ବାଣୀବିହାର ଅନ୍ତେବାସୀଙ୍କୁ ବୁଝାଯାଇଥିଲା ଏବଂ କୋଭିଡ୍-୧୯ର ନିୟମାବଳୀ ଅନୁପାଳନ ପାଇଁ ଶପଥ ପାଠ କରାଯାଇଥିଲା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିଜି କାଉନ୍ସିଲ୍ ଚେୟାରମ୍ୟାନ୍ ପ୍ରଫେସର୍ ବସନ୍ତ କୁମାର ମଲ୍ଲିକ ଯୋଗଦେଇ କରୋନା ଭୂତାଣୁର ଭୟାବହତା ଓ କୋଭିଡ୍ ନିୟମ ପାଳନ ସମ୍ପର୍କରେ କହିଥିଲେ । ଏହି ଅବସରରେ ବାଣୀବିହାର କ୍ୟାମ୍ପସ୍ ରେ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ନବ ନିର୍ମିତ ପ୍ରଶାସନିକ ଭବନରେ ମାସ୍କ ବିତରଣ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣକୁ କିଭଳି ପ୍ରତିହିତ କରାଯାଇପାରିବ ସେ ସମ୍ପର୍କରେ ସୁରକ୍ଷାକର୍ମୀଙ୍କ କ’ଣ ଦାୟିତ୍ୱ ରହିବ ତାହା ଆଲୋକପାତ କରିଥିଲେ । ଏହି ଅଭିଯାନ ରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସଏସ ପ୍ରୋଗ୍ରାମ କୋର୍ଡିନେଟର ଡ.ବ୍ରଜ ନାରାୟଣ ପାତ୍ର , ଭୂତତ୍ୱ ବିଭାଗର ଜିତୁ ନନ୍ଦନ ପ୍ରଧାନ ଏବଂ ପ୍ରଭାତ କୁମାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 + 9 =